ନୂଆଦିଲ୍ଲିୀ: ଦିନକୁ ଦିନ ଆଦିପୁରୁଷ ନିର୍ମାତାଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଦର୍ଶକ ଏହାକୁ ନାପସନ୍ଦ କରିବା ପରେ ଏବେ କୋର୍ଟରେ ଚାଲିଛି ଲଢ଼େଇ । ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲା, ଫିଲ୍ମ ନିର୍ମାତା ଓମ ରାଉତ ଓ ସେନ୍ସର ବୋର୍ଡଙ୍କୁ ଭର୍ତ୍ସନା କରିଛନ୍ତି । ସବୁ ବେଳେ ଫିଲ୍ମ ମାଧ୍ୟମରେ ହିନ୍ଦୁ ଧର୍ମର ଲୋକଙ୍କ ଧୈର୍ଯ୍ୟ ସହ କାହିଁକି ଖେଳୁଛ ? ସେମାନେ ସହିଷ୍ଣୁ ବୋଲି କିଛି ଅଘଟଣା ଘଟି ନାହିଁ । କେବଳ ରାମାୟଣ ନୁହେଁ କୌଣସି ଧର୍ମର ଧାର୍ମିକ ଗ୍ରନ୍ଥଙ୍କୁ ଅପମାନ କର ନାହିଁ । ଏଥି ସହିତ ଅନେକ ଲୋକଙ୍କ ଭାବାବେଗ ଜଡିତ । ସେନ୍ସର ବୋର୍ଡ ତାର ଦାୟିତ୍ୱ ଠିକ ଭାବେ ତୁଲାଇଛି କି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।
ବରିଷ୍ଠ ଓକିଲ ରଞ୍ଜନା ଅଗ୍ନିହୋତ୍ରୀ ସେନ୍ସର ବୋର୍ଡ ଦ୍ୱାରା ଏ ପର୍ଯ୍ୟନ୍ତ ଜବାବ ଦାଖଲ ନ କରିବା ନେଇ ଆପତି ପ୍ରକାଶ କରିଛନ୍ତି । ଯେଉଁ ଧର୍ମର ଲୋକଙ୍କ ଆରାଧ୍ୟ ଦେବତାଙ୍କ ସହ ତୁମେ ଏ ଭଳି କାର୍ଯ୍ୟ କରିଛ ସେମାନେ ଚୁପ ରହିବା ନିଶ୍ଚିତ ଭାବେ ଭାଗ୍ୟର କଥା । ଯଦି ହଲ ଭିତରେ ପ୍ରବେଶ କରି ଫିଲ୍ମ ବନ୍ଦ କରିବାକୁ ସେମାନେ କେବଳ କହିଛନ୍ତି । ଯଦି ଚାହିଁଥାନ୍ତି ବହୁତ କିଛି କରିପାରିଥାନ୍ତେ । ପୂର୍ବ ଶୁଣାଣୀରେ ମେକର୍ସ ଏବଂ ଅନ୍ୟମାନଙ୍କ ଅନୁପସ୍ଥିତି ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
Comments are closed.