ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡ଼ବଲ ମର୍ଡର। ବୁଧବାର ବିଳମ୍ବିତ ରାତି ଗାଁ ଭିତରେ ୨ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରି ସେମାନଙ୍କୁ ଗାଁ ମଝିରେ ଜାଳି ଦେବା ସହ ଗୋଟିଏ ବାଇକ ମଧ୍ୟ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦୁଇଜଣ ହେଲେ ଶିବ ଗୌଡ଼ ଓ ଲିଟୁ ଗୌଡ଼।
ମୃତକ ଦ୍ୱୟ ସମ୍ପର୍କୀୟ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଦିଗପହଣ୍ଡି ଆଇଆଇସି, ଚିକିଟିର ଏସଡିପିଓ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କୁ ଚହ୍ନଟ କରିଛନ୍ତି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି।
Comments are closed.