Latest Odisha News

BREAKING NEWS

ଅନ୍ତିମ ନିଷ୍ପତ୍ତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା । ସେଠାରେ ପହଞ୍ଚିବା ମାତ୍ରକେ ପ୍ରସବ ଯବଣା ଆରମ୍ଭ ହେଲା । ସେତେବେଳକୁ ଆକାଶରେ କୁଆଡେ ଥିଲା ମେଘ, ପ୍ରବଳ ବର୍ଷା ଆରମ୍ଭ କଲା । ତା’ ସହିତ ଘଡ଼ଘଡ଼ି ବିଜୁଳି ବଜ୍ରପାତ ଏବଂ ପବନ ଆରମ୍ଭ ହେଲା । ସେ ଡାହାଣକୁ ଦେଖିଲା, ଜଣେ ଶିକାରୀ ତାକୁ ଲକ୍ଷ୍ୟ କରି ତୀର ଯୋଚୁଛି ।

ଭୟଭୀତ ନହୋଇ, ଧୈର୍ଯ୍ୟହରା ନହୋଇ ବାମ ଆଡକୁ ଗଲା । ସେଠାରେ ଏକ ଭୋକିଲା ସିଂହ ତାକୁ ଖାଦ୍ୟ ଭାବରେ ଛଡ଼େଇ ନେବାକୁ ପ୍ରସ୍ତୁତ । ପଛରେ ଶୁଖିଲା ଘାସ ଜଳିବାକୁ ଲାଗିଲା । ଆଗରେ ନିଆଁକୁ ଆୟତ୍ତ କରି ପଛକୁ ଫେରି ଆସିଥିଲା । ଆଗରେ ନଦୀରେ ବହୁତ ଜଳ ଥିଲା । ମାତା ହରିଣ କ’ଣ କରିପାରେ? ସେ ପ୍ରସବ ଯବଣା ଭୋଗୁଥିଲା? ବର୍ତ୍ତମାନ କ’ଣ ହେବ? ହରିଣ ବଞ୍ଚିବ କି? ସେ ତା’ର ଛୁଆକୁ
ଜନ୍ମ ଦେବାରେ ସକ୍ଷମ ହେବ କି? ଛୁଆଟି ବଞ୍ଚିବ କି? ନା ଜଙ୍ଗଲୀ ନିଆଁ ସବୁକିଛି ଜାଳିପୋଡି ଦେବ? ହରିଣୀ କ\’ଣ ଶିକାରୀର ତୀରରୁ ଆଉ ବଞ୍ଚିବ?

ଏକ ପ୍ରସବ ବେଦନା ହରିଣୀ ଭୋକିଲା ସିଂହର ଖାଦ୍ୟ ହେବ? ସେ ଦେଖିଲା ଗୋଟିଏ ପାର୍ଶ୍ୱରେ ନିଆଁ ଅନ୍ୟ ପାଖରେ ଗଭୀର ନଦୀ ପଛରେ ଘେରି ରହିଛି । ସେ କଣ କରିବ? ହରିଣଟି ଶୂନ୍ୟକୁ ସବୁ କିଛି ଛାଡି ନିଜ ଶିଶୁକୁ ଜନ୍ମ ପ୍ରାରମ୍ଭ କଲା । ପ୍ରକୃତିର ଚମତ୍କାରିତାକୁ ଦେଖିବା କଥା…. ବିଜୁଳି ଚମକିଲା । ଶିକାରୀ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ତାର ତୀର ହରିଣୀକୁ ଛାଡିଲା । କିନ୍ତୁ ତୀର ହରିଣୀ ଦେଇଗଲା ମାତ୍ର ସିଂହର ଆଖିରେ ବାଜିଲା । ସିଂହ ଗର୍ଜନ କରି ଦୌଡ଼ିବାକୁ ଲାଗିଲା । ସିଂହ ଆହତ ହୋଇଥିବା ଜାଣି ଶିକାରୀ ଦୌଡି ପଳାଇଲା ।

ପ୍ରବଳ ବର୍ଷା ଆରମ୍ଭ ହୋଇଯିବା ହେତୁ ଜଙ୍ଗଲର ନିଆଁ ଲିଭିଲା । ହରିଣ ଏକ ସୁନ୍ଦର କୋମଳ ଶିଶୁକୁ ଜନ୍ମ ଦେଲା । ବେଳେବେଳେ ଆମ ଜୀବନରେ ମଧ୍ୟ ଏମିତି କିଛି ମୁହୂର୍ତ୍ତ ଆସିଥାଏ, ଯାହା ଆମକୁ ସମସ୍ୟାରେ ଘେରି ରହିଥାଏ । ଆମେ କ’ଣ କଲେ ଭଲ ହେବ ନିଷ୍ପତ୍ତି ନେଇପାରୁ ନାହୁଁ । ସବୁକିଛି ଭାଗ୍ୟ ପାଖରେ ନିଜକୁ ସମର୍ପିତ କରିଦେଉ । ପରିଶେଷରେ, ଖ୍ୟାତି, ବିଫଳତା, ପରାଜୟ, ବିଜୟ, ଜୀବନ, ମୃତ୍ୟୁର ଅନ୍ତିମ ନିଷ୍ପତ୍ତି ଭଗବାନଙ୍କ ଦ୍ୱାରା ନିଆଯାଏ । ଆମେ ତାଙ୍କ ଉପରେ ବିଶ୍ୱାସ କରିବା ଏବଂ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ।

Leave A Reply

Your email address will not be published.