Latest Odisha News

BREAKING NEWS

ଉତ୍ତର ଭାରତ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର୍ସଙ୍କୁ ଆଣ୍ଡାମାନ ଜେଲ ପଠାଇବାକୁ ପ୍ରସ୍ତୁତ, ଗୃହ ମନ୍ତ୍ରଣାଳୟକୁ ଏନଆଇଏର ଚିଠି

ନୂଆଦିଲ୍ଲୀ: ଉତ୍ତର ଭାରତର ଜେଲରେ ଥିବା ୧୦ ରୁ ୧୨ ଗ୍ୟାଙ୍ଗଷ୍ଟାରଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ପ୍ରକାଶ ଯେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି ଯେଉଁଥିରେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାର ଜେଲରେ ବନ୍ଦୀ ଥିବା ଏହି ଅପରାଧୀଙ୍କୁ ଆଣ୍ଡାମାନ ଜେଲ ପଠାଇବାକୁ ପରାମର୍ଶ ଦିଆଯାଇଛି।

ଆଣ୍ଡାମାନ ଏବଂ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ। ଏପରି ପରିସ୍ଥିତିରେ ଏହି ଗ୍ୟାଙ୍ଗଷ୍ଟାରମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନ୍ୟ ରାଜ୍ୟଗୁଡିକର ଅନୁମତି ନେବାକୁ ପଡିନଥାଏ। କିଛି ଗ୍ୟାଙ୍ଗଷ୍ଟାରଙ୍କୁ ଆସାମକୁ ସ୍ଥାନାନ୍ତରିତ କରାଯିବ ବୋଲି ବିବେଚନା କରାଯାଉଛି। ଗତ କିଛି ମାସ ମଧ୍ୟରେ ଜେଲ ଭିଚରେ ଗ୍ୟାଙ୍ଗୱାର ଏବଂ ଗ୍ୟାଙ୍ଗଷ୍ଟାରଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏନଆଇଏ ଏହି ପଦକ୍ଷେପ ନେବା ଉପରେ ବିଚାର କରୁଛି। ସେଥିପାଇଁ କୁଖ୍ୟାତ ଗ୍ୟାଙ୍ଗଷ୍ଟରମାନଙ୍କୁ ସ୍ଥାନାନ୍ତର କରିବାକୁ ଏଜେନ୍ସି କେନ୍ଦ୍ରକୁ ଏକ ଚିଠି ଲେଖିଛି।

ଗୃହ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଗ୍ୟାଙ୍ଗଷ୍ଟାରମାନଙ୍କୁ ଦକ୍ଷିଣ ଭାରତର ଜେଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରାରମ୍ଭିକ ପ୍ରସ୍ତାବ ଥିଲା। କିନ୍ତୁ ଏହା ଏକ ଦୀର୍ଘ ପ୍ରକ୍ରିୟା ହେବ, କାରଣ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ସୂତ୍ରରୁ ପ୍ରକାଶ, “ଯେହେତୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏକ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏହାର ପ୍ରଶାସନ ଗୃହ ମନ୍ତ୍ରଣାଳୟ ଅଧୀନରେ ଆସେ, ତେଣୁ ଏହି ପ୍ରକ୍ରିୟା କମ୍ ସମୟ ନେବ। ଏଜେନ୍ସି ବର୍ତ୍ତମାନ ଆଇନଗତ ମତାମତ ମାଗୁଛି।

Comments are closed.