ପୂର୍ବ କାଳରେ ବଡ ଲୋକମାନେ ନିଶା ସେବନ କରୁଥିଲେ । ସିଗାରେଟ୍ ଏବଂ ମଦ୍ୟପାନର ନିଶା ତାଙ୍କୁ ବହୁତ ଅସୁବିଧାରେ ପକାଉଥିଲା । କିନ୍ତୁ ସମୟ ସହିତ ଅନେକ ନୂତନ ପ୍ରକାରର ନିଶା ଦେଖିବାକୁ ମିଳିଛି । ପୂର୍ବରୁ ପିଲାମାନେ ଟିଭି ଦେଖିବାରେ ଅଭ୍ୟସ୍ତ ଥିଲେ । କିନ୍ତୁ ଯେବେଠାରୁ ସ୍ମାର୍ଟ ଫୋନ୍ ଆସିଲା, ପିଲାମାନେ ଏହାର କବଳରେ ଆସିଛନ୍ତି । ପ୍ରାୟ ସବୁ ପିଲା ମୋବାଇଲ ବାଇଆ । ଛୋଟ ଛୋଟ ପିଲାଙ୍କୁ ଫୋନ ନିଶା ଏମିତି ଘାରିଛି ଯେ, ସେମାନେ ଖାଇବା,ପିଇବା ଓ ଖେଳିବା ଭୁଲିଯାଉଛନ୍ତି । ଏବେ ସୋସିଆଲ ମିଡିଆରେ ଫୋନ୍ ନିଶାର ଏକ ଭିଡିଓ ଭାଇରାଲ୍ ହେଉଛି । ଏହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ବି କରିବେ ।
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅଧିକାଂଶ ବାପାମାଆ ନିଜ ପିଲାଙ୍କୁ ଫୋନ ଧରାଇ ଦେଉଛନ୍ତି । ଏବେ ସେମିତି ଜଣେ ଶିଶୁ ମୋବାଇଲ ନିଶା ଏମିତି ଘାରିଛି ଯେ, ତାଙ୍କୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜିକାଲି ବୟସ୍କଙ୍କ ବଦଳରେ ଛୋଟ ପିଲାମାନେ ମୋବାଇଲରେ ଅଧିକ ସମୟ ଅତିବାହିତ କରୁଛନ୍ତି । ସେମାନେ ଦିନର ଅଧିକାଂଶ ସମୟ ମୋବାଇଲରେ ରିଲ୍ ଓ ୟୁଟ୍ୟୁବ ଦେଖିବାରେ ବିତାଉଛନ୍ତି । ଅଧିକାଂଶ ବାପାମାଆ କର୍ମଜୀବୀ ହୋଇଥିବାରୁ ପିଲାମାନେ ଯେମିତି ବ୍ୟସ୍ତ ନ କରିବେ ସେଥିଲାଗି ତାଙ୍କ ହାତରେ ମୋବାଇଲ୍ ଫୋନ୍ ଧରାଇ ଦେଉଛନ୍ତି । କିନ୍ତୁ ଏହାର ପରିଣତି ବହୁତ ଭୟଙ୍କର ହୋଇଯାଏ । ପିଲାମାନେ ଡିଜିଟାଲ୍ ନିଶାର ଶିକାର ହୁଅନ୍ତି ।
ଭାଇରାଲ୍ ଭିଡିଓରେ ଏମିତି କିଛି ଦେଖିବାକୁ ମିଳିଥିଲା । ଭାଇରାଲ୍ ଭିଡିଓରେ ଜଣେ ଶିଶୁ ଶୋଇଥିବା ସମୟରେ ଖାଲି ହାତରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସେ ଗଭୀର ନିଦ୍ରାରେ ଶୋଇ ହାତ ଏମିତି ଚଲାଉଛିି, ଯେମିତି ସେ ପ୍ରକୃତରେ ମୋବାଇଲ ଚଲାଉଛିି । ନିଦରେ ରହି ମଧ୍ୟ କାନ୍ଦୁଥିବାର ଦେଖିବାକୁ ମିିଳିଛି । ଶିଶୁର ମାଆ ନିଜେ ଏହି ଭିଡିଓ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହାକୁ ଦେଖି ଅନେକ ଲୋକ ଆଜିର ଦୁନିଆର ବାସ୍ତବତା ବୋଲି କହିଥିଲେ ।
Comments are closed.