ହରିଦ୍ୱାର: ଶ୍ରାବଣ ମାସ ଆସିବା ମାତ୍ରେ ଧରାପୃଷ୍ଠ ଶିବମୟ ହୋଇ ଉଠିଥାଏ । ଏହି ମାସକୁ ଅନେକ ନିଷ୍ଠାର ସହ ପାଳନ କରିଥାନ୍ତି । ଶୁକ୍ରବାର ହରିୟାଣାର ଜଣେ କାଉଡିଆଙ୍କ ଭକ୍ତିଭାବ ସମସ୍ତଙ୍କ ମନ ଜିଣିଛି । ଜେଜେ ମାଆଙ୍କୁ ସୁସ୍ଥ ରଖିବା ପାଇଁ ସେ ହରିଦ୍ୱାରକୁ ଗଙ୍ଗାଜଳ ନେଇ ହରିୟାଣା ଯିବେ । ୨୨ ବର୍ଷୀୟ ଅଂଶୁଲ ଶର୍ମାଙ୍କ ଏହି ଭକ୍ତି ଭାବ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି । ସେ ଏକାକାଳୀନ ୬୦ ଲିଟର ଗଙ୍ଗା ଜଳ ନେଇ ଚାଲି ଚାଲି ଘରକୁ ଫେରୁଛନ୍ତି । ଗ୍ରାମ ନିକଟରେ ଥିବା ଶିବ ମନ୍ଦିରରେ ଜଳ ଲାଗି କରିବା ପରେ ସେ ବାକିତମ ଜେଜେ ମାଆଙ୍କୁ ଦେଇ ଦେବେ ବୋଲି କହିଛନ୍ତି । ୧୦୮ ବର୍ଷ ହେଲେ ମଧ୍ୟ ମୋ ମାଆ ସୁସ୍ଥ ଅଛନ୍ତି ।
ସେ ସବୁ ଦିନ ଗଙ୍ଗାଜଳ ମିଶାଇ ସ୍ନାନ କଲେ ତାଙ୍କୁ ରୋଗ ବୈରାଗ୍ୟ ହେବ ନାହିଁ ବୋଲି ସେ କହିଛନ୍ତି । ପିଲା ବେଳୁ ମୁଁ ମୋ ଜେଜେ ମାଆଙ୍କୁ ବେଶୀ ଭଲ ପାଏ । ତାଙ୍କ ପାଇଁ ଏହି କଷ୍ଟ କିଛି ନାହିଁ ବୋଲି ଅଂଶୁଲ କହିଛନ୍ତି । ଆଜିକାଲି ଯୁଗରେ ବୃଦ୍ଧ ପିତା ମାତା ଅନେକ ସନ୍ତାନଙ୍କ ପାଇଁ ବୋଝ ସଦୃଶ ହୋଇଥିବା ବେଳେ ଅଂଶୁଲଙ୍କ ଭକ୍ତି, ସ୍ନେହ ଓ ପ୍ରେମ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ।
Comments are closed.