Latest Odisha News

ବେଙ୍ଗାଲୁରୁର ଲୋକପ୍ରିୟ ସବୁଜ ରଙ୍ଗର ଜିଲାପି: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ: ଆଞ୍ଚଳିକ ଚଳଣି ଅନୁସାରେ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ମିଠା ଦେଖିବାକୁ ମିଳିଥାଏ । ସେ ଭିତରୁ ଜିଲାପି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ମିଠା, ଯାହାକୁ ବିଭିନ୍ନ ରାଜ୍ୟର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଭାରତର ଅଲଗା ଅଲଗା ପ୍ରାନ୍ତରେ ଲୋକେ ଜିଲାପି ଖାଉଥିଲେ ମଧ୍ୟ ଏହା ମୁଖ୍ୟତଃ ଦୁଇ ପ୍ରକାର ରଙ୍ଗରେ ଦେଖିବାକୁ ମିଳେ । ପ୍ରଥମଟି ହେଲା ହଳଦିଆ ଓ ଦ୍ୱିତୀୟଟି ଲାଲ୍ ରଙ୍ଗର । ତେବେ ସବୁଜ ରଙ୍ଗର ଜିଲାପି ବି ମିଳୁଛି ଏକଥା କ୍ୱଚିତ୍ ଲୋକ ଜାଣନ୍ତି । ସୋସିଆଲ ମିଡ଼ିଆରେ ସବୁଜ ରଙ୍ଗର ଜିଲାପିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଥିବା ଏହି ସବୁଜ ଜିଲାପି ବେଙ୍ଗାଲୁରୁରେ ବେଶ୍ ଲୋକପ୍ରିୟ । ଯାହାକୁ ମାଉଣ୍ଟ ଡ୍ୟୁ ଜିଲାପିି ବୋଲି କୁହାଯାଏ । ଏହି ଜିଲାପି କର୍ନାଟକରେ ଅଭରେବଲି ଜିଲାପିି ନାମରେ ବେଶ ଜଣାଶୁଣା । ସାଧାରଣତଃ ଜିଲାପି ପ୍ରସ୍ତୁତ ବେଳେ ସେଥିରେ ହଳଦିଆ ଓ ଲାଲ ରଙ୍ଗ ମିଶାଯାଇଥାଏ । କିନ୍ତୁ ଏଥିରେ କୌଣସି ରଙ୍ଗ କିମ୍ବା ଖାଦ ମିଶାଯାଏ ନାହିିଁ । ଏହା ଏକ ହାୟାସିନ୍ଥ ବିନ୍‌ରୁ ପ୍ରସ୍ତୁତ କରାଯାଇଥାଏ । ଯାହାଫଳରେ ଜିଲାପିର ରଙ୍ଗ ସବୁଜ ଦେଖାଯାଏ ।

ଏହି ଜିଲାପିର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ପୁରା ଅଲଗା । ପ୍ରଥମେ ମଇଦାକୁ ହାୟାସିନ୍ଥ ବିନ୍‌ର ପେଷ୍ଟ ସହିତ ମିଶାଯାଇ କିଛି ଘଣ୍ଟା ପାଇଁ ରଖାଯାଇଥାଏ । ପରେ ତାକୁ ଶିରାରେ ଭିଜାଯାଇ ଜିଲାପି ପ୍ରସ୍ତୁତ କରାଯାଏ । ଏହାର ସ୍ୱାଦ ଏତେ ସ୍ୱାଦିଷ୍ଟ ଯେ, ଏହାକୁ ଖାଇବାକୁ ବିଭିନ୍ନ ସ୍ଥାନର ଲୋକଙ୍କ ଭିଡ଼ ଜମେ । ଏହି ଜିଲାପିର ଲୋକପ୍ରିୟତାକୁ ନେଇ ବେଙ୍ଗାଲୁରୁରେ ଏହାର ନାମରେ ଏକ ମେଳା ମଧ୍ୟ ଆୟୋଜନ କରାଯାଏ, ଯାହା ଅବାରେକାଇ ମେଳା ନାମରେ ପ୍ରସିଦ୍ଧ । ଏହି ମେଳାରେ ଭିନ୍ନ ଭିନ୍ନ ପ୍ରକାରର ଜିଲାପିର ପସରା ମେଲିଥାଏ । ହେଲେ ଏହି ଅଭରେବଲି ଜିଲାପିର ସ୍ୱାଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ଖାଇବାକୁ ଲୋକଙ୍କ ଭିଡ଼ ଜମେ ।

Comments are closed.