Latest Odisha News

BREAKING NEWS

ଟମାଟୋ କ୍ଷେତ ଜଗୁଥିବା ଚାଷୀ ହତ୍ୟାର ଶିକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନ୍ନମାୟା(Annamaya) ଜିଲ୍ଲାରେ ଚାଷୀଙ୍କୁ ଗଳାକାଟି ହତ୍ୟା କରାଯାଇଛି ବୋଲି ପୁଲିସ ସୋମବାର କହିଛି। ଗତ ୭ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରବିବାର ମଧୁକର ରେଡ୍ଡୀ (୬୨)ଙ୍କ ମୃତ ଦେହ ତାଙ୍କ ଚାଷ ଜମିରୁ ଉଦ୍ଧାର ହୋଇଛି। ସେ ନିଜ ଟମାଟୋ ଫସଲକୁ ଜଗିବା ପାଇଁ ଚାଷ ଜମିରେ ଶୋଇଥିଲେ। ଏହି ସମୟରେ ଦୁର୍ବୃତ୍ତ ତାଙ୍କ ଗଳାକାଟି ହତ୍ଯା କରିଥିବା ଅଭିଯୋଗ ହୋଇଛି। ବଜାରରେ ଟମୋଟୋ ଦର ପାଖାପାଖି ୨୦୦ ରହିଥିବା ବେଳେ ଟମାଟୋ ଚାଷୀ ହତ୍ୟାର ଶିକାର ହେବା ଚିନ୍ତାର ବିଷୟ ପାଲଟିଛି।

ପୁଲିସ ସନ୍ଦେହ କରୁଛି ଯେ ରେଡ୍ଡୀଙ୍କୁ ଅଜଣା ବ୍ୟକ୍ତିମାନେ ଗଳାକାଟି ହତ୍ୟା କରିଛନ୍ତି, ଯେଉଁମାନେ ହୁଏତ ତାଙ୍କ ଫସଲକୁ ଟାର୍ଗେଟ୍ କରିଥାଇପାରନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମଦନପଲ୍ଲୀରେ ନରେମ ରାଜଶେଖର ରେଡ୍ଡୀ ନାମକ ଆଉ ଜଣେ କୃଷକଙ୍କୁ ହତ୍ୟା କରାଯିବାର କିଛି ଦିନ ପରେ ରେଡ୍ଡୀଙ୍କ ମୃତ୍ୟୁ ଘଟିଛି। ରାଜଶେଖର ରେଡ୍ଡୀ ମଧ୍ୟ ଟମାଟୋ ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରିଥିଲେ।

ଏହି ଦୁଇ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଏବେ ଚାଷୀମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏହି ଦୁଇଟି ହତ୍ୟାକାଣ୍ଡର ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପୁଲିସ ଏକ ବିବୃତିରେ କହିଛି।

Comments are closed.