Latest Odisha News

BREAKING NEWS

ଷଣ୍ଢ ଲଢେଇ ହେଉନାହିଁ, ହେଲେ ସମ୍ପର୍କୀୟଙ୍କ ସ୍ମୃତିରେ ଲୋକେ ଘରେ ପାଳୁଛନ୍ତି ଷଣ୍ଢ

ରାଜସ୍ଥାନ: ମେକ୍ସିକୋ, ପେରୁ, କଲମ୍ବିଆ, ଭେନେଜୁଏଲା ଏବଂ ଲାଟିନ୍ ଆମେରିକା ଭଳି ଦେଶରେ ଷଣ୍ଢ ଲଢେଇ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ରାଜସ୍ଥାନରେ ବି ଷଣ୍ଢ ଲଢେଇ ହେଉଥିଲା । ଏହା ଏବେ ବନ୍ଦ ହୋଇଯାଇଥିଲେ ବି ଏଠାକାର ଲୋକେ ନିଜ ପରିଜନଙ୍କ ସ୍ମୃତିରେ ଷଣ୍ଢ ପାଳୁଥିବା ଦେଖିବାକୁ ମିଳେ ।

ରାଜସ୍ଥାନର ବିକାନେରରେ ପ୍ରାୟ ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଷଣ୍ଢ ଲଢେଇ ହେଉଥିଲା । ଏହି ଲଢେଇ ଦେଖିବା ପାଇଁ ହଜାର ହଜାର ଲୋକ ଜମା ହେଉଥିଲେ । କିନ୍ତୁ ବର୍ତ୍ତମାନ ଏହି ଷଣ୍ଢ ଲଢେଇ ଏଠାରେ କରାଯାଉନାହିିଁଁ । ଏଭଳି ପରିସ୍ଥିତିରେ ସହରର କିଛି ପୁୁରୁଣାକାଳିଆ ଲୋକ ଆଜି ମଧ୍ୟ ଷଣ୍ଢ ପାଳିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ସେମାନେ କେବଳ ଷଣ୍ଢକୁ ନିଜ ଗୁହାଳରେ ରଖିଥାନ୍ତି । କେବଳ ଏତିକି ନୁହେଁ, ଲୋକମାନେ ଷଣ୍ଢକୁ ନିଜ ଭାଇ ଓ ପୁଅର ସ୍ମୃତିରେ ରଖିଥାନ୍ତି ।

ରାଧେଶ୍ୟାମ ଅଗ୍ରୱାଲ କହିଛନ୍ତି ଯେ, ପୂର୍ବରୁ ମୋ ବାପା ଘରେ ଷଣ୍ଢ ରଖି ପାଳୁଥିଲେ । ପୁଅର ସ୍ମୃତିରେ ସେ ତାର ନାଁ ସୁରଜ ରଖିଥିଲେ । ସେମାନେ ଷଣ୍ଢକୁ ବହୁତ ଘିଅ ଖାଇବାକୁ ଦେଉଥିଲେ । ଏପରି ନାମ ରଖିବା ପଛର କାରଣ ହେଲା, ଯେତେବେଳେ ସେମାନେ ନିଜ ପିଲାକୁ ନାଁ ଧରି ଡ଼ାକନ୍ତି, ସେତେବେଳେ ଷଣ୍ଢ ଶୁଣି ନିଜ ମାଲିକଙ୍କ ନିକଟକୁ ଦୌଡ଼ି ଆସେ ।

ରାଧେଶ୍ୟାମ ଆହୁରି କହିଛନ୍ତି ଯେ, ସେ ମଧ୍ୟ ଶ୍ୟାମ ନାମକ ଏକ କଳା ରଙ୍ଗର ଷଣ୍ଢ ପାଳିଛନ୍ତି । ଦିନେ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ହୋଇଥିଲା । ସେତେବେଳେ ଏହି ଲଢେଇ ଦେଖିବାକୁ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥିଲେ । ସେହି ଲଢେଇ ଦୁଇ ଘଣ୍ଟା ଧରି ଚାଲିଥିଲା । ଏଥିରେ ଶ୍ୟାମ ଜିତିଥିଲା । ଏହା ପରେ ଶ୍ୟାମଙ୍କ ମାଲିକ ଏକ ଉତ୍ସବର ଆୟୋଜନ କରିଥିଲେ । ଅନ୍ୟ ଷଣ୍ଢର କୌଣସି ମାଲିକ ନ ଥିଲେ । ଏଭଳି ପରିସ୍ଥିତିରେ ଲୋକେ ଏହି ପରାଜିତ ଷଣ୍ଢକୁ ପାଳିବା ଆରମ୍ଭ କଲେ । ପୁନର୍ବାର ଏହି ଷଣ୍ଢ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ଏଠାକାର ଲୋକେ ଷଣ୍ଢ ଲଢେଇ ଦେଖିବାକୁ ପସନ୍ଦ କରିଥାନ୍ତି । ହେଲେ ଏବେ ଆଉ ଏହି ଲଢେଇ ଆୟୋଜିତ ହେଉନାହିଁ ।

Comments are closed.