Latest Odisha News

ବୟସ୍କଙ୍କ ପାଇଁ ଏୟାରବ୍ୟାଗ: ଦେବ ତାଙ୍କୁ ସୁରକ୍ଷା , ତଳେ ପଡ଼ିଲେ ଭାଙ୍ଗିବ ନାହିଁ ହାଡ଼

ଚୀନ: ସାଧାରଣତଃ ବୟସ ବଢିଲେ ମଣିଷର ହାଡ ଦୁର୍ବଳ ହୋଇଯାଏ । ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ କେହି ଅସାବଧାନତା ଯୋଗୁ ତଳେ ପଡ଼ିଯାଆନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କର ହାଡ଼ ଭାଙ୍ଗି ଯାଇଥାଏ । ଆଉ ବୃଦ୍ଧାବସ୍ଥାରେ ଏହି ଭଙ୍ଗା ହାଡ଼କୁ ଯୋଡ଼ିବା ପ୍ରାୟତଃ ସମ୍ଭବ ହୋଇ ନ ଥାଏ । ଆଉ ସେମାନଙ୍କର ବଳକା ଜୀବନ ଶଯ୍ୟା ବା ହ୍ୱିଲ୍ ଚେୟାରରେ କାଟିବାକୁ ପଡ଼ିଥାଏ । କିନ୍ତୁ ଚୀନ୍ ଏପରି ଏକ କାରିଗରି କରିଛି ଯେ, ବୃଦ୍ଧମାନେ ପଡ଼ିଲେ ସେମାନଙ୍କର କୌଣସି କ୍ଷତି ପହଞ୍ôଚବ ନାହିଁ ।

ଆପଣ ନିଶ୍ଚିତ ଭାବରେ କାରରେ ଫିଟ୍ ହୋଇଥିବା ଏୟାର ବ୍ୟାଗ୍ ଦେଖିଥିବେ । ଦୁର୍ଘଟଣା ସମୟରେ ଏହି ଏୟାର ବ୍ୟାଗଗୁଡ଼ିକ ସିଟ୍ ଆଗରେ ଅଟୋମେଟିକ୍ ଖୋଲିଯାଏ । ଏହି କାରଣରୁ ଦୁର୍ଘଟଣା ସମୟରେ ଲୋକମାନେ କମ୍ ଆଘାତ ପାଇଥାଆନ୍ତି । ଏବେ ଚୀନ୍ ମଣିଷ ପାଇଁ ଏହି ଟେକ୍ନୋଲୋଜି ତିଆରି କରିଛି । ଚୀନ୍‌ର ଏକ କମ୍ପାନୀ ବୟସ୍କମାନଙ୍କ ପାଇଁ ଏୟାର ବ୍ୟାଗ ତିଆରି କରିଛି । ଏହାକୁ ପିନ୍ଧିବା ପରେ ଯେତେବେଳେ ଜଣେ ବ୍ୟକ୍ତି ତଳେ ପଡିଯିବେ, ତାହା ଅଟୋମେଟିକ୍ ଭାବେ ଖୋଲିଯିବ । ଼ ଏହାଦ୍ୱାରା ବ୍ୟକ୍ତିଙ୍କୁ କୌଣସି ଆଘାତ ହେବ ନାହିଁ କି ତାଙ୍କର ହାଡ଼ ବି ଭାଙ୍ଗିବ ନାହିଁ । ଏହା ଠିକ୍ କାରର ଏୟାର ବ୍ୟାଗ୍ ପରି କାମ କରିବ । ଏହା ବୟସ୍କମାନଙ୍କୁ ସୁରକ୍ଷା ଦେବ ।

ଚୀନର କମ୍ପାନୀ ସୁଜୋ ୟାଇଡାଇବାଓ ଇଣ୍ଟେଲିଜେଣ୍ଟ ଟେକ୍ନୋଲୋଜି ମଣିଷମାନଙ୍କ ପାଇଁ ବିଶେଷ କରି ବୟସ୍କମାନଙ୍କ ପାଇଁ ଏହି ଏୟାରବ୍ୟାଗ ପ୍ରସ୍ତୁତ କରିଛି । ବେଲ୍ଟ ପରି ଏହି ବ୍ୟାଗକୁ ବୟସ୍କ ବ୍ୟକ୍ତିମାନେ ଅଣ୍ଟାରେ ପିନ୍ଧି ପାରିବେ । ଏହି ବେଲ୍ଟ ସହିତ ଏକ ଛୋଟ ଉପକରଣ ସଂଲଗ୍ନ ହୋଇଛି । ଏହାର ନାମ ମାଇକ୍ରୋ ଜିରୋସ୍କୋପ୍ । ଏହି ଡିଭାଇସରେ ପଡ଼ିବା ମାତ୍ରେ ଏହି ଏୟାରବ୍ୟାଗ ଖୋଲିଯିବ । ଚୀନ୍‌ରେ ଏହି ଉଦ୍ଭାବନ ବହୁତ ଆବଶ୍ୟକତା ଥିଲା । ବର୍ତ୍ତମାନ ଚୀନର ଜନସଂଖ୍ୟାର ଅଧାରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ପାଇଁ ଏହା ପ୍ରସ୍ତୁତ କରାଯାଇଛି ।

Comments are closed.