ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ଘର ଏବେ ଉତ୍ସବ ମୁଖରିତ ରହିଛି । ତାଙ୍କ ଭାଉଜ ମାଆ ହେବାକୁ ଯାଉଥିବାରୁ କଙ୍ଗନା ବେଶ ଖୁସି ଅଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର କଙ୍ଗନାଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଏଥିରେ ଲେଖା ହୋଇଥିଲା ରିଭଲଭର ରାନୀ ନାମକ ଫିଲ୍ମରେ ବୀର ଦାସଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବା ବେଳେ କଙ୍ଗନାଙ୍କ ଓଠରୁ ରକ୍ତ ବାହାରିଥିଲା । ଉକ୍ତ ଖବରରେ କଙ୍ଗନା ଭାସି ଯାଇଥିଲେ ବୋଲି ମଧ୍ୟ ଲେଖାଯାଇଛି । କଙ୍ଗନା ଏହି ଖବରକୁ ଟାର୍ଗେଟ କରି ମଜାରେ କହିଛନ୍ତି, ହ୍ରିତିକ ରୋଶନଙ୍କ ପରେ ବୀର ଦାସଙ୍କୁ ମୁଁ ଦୁଷ୍ମର୍ମ କରିଛି । ଏହା କେବେ ହେଲା… ?
କଙ୍ଗନା ଗିରଫ ହୋଇ ଜେଲ ଯାଉଥିବା ବେଳେ, ଜରୁରୀ କାମ ଅଛି କହି ବୀରଙ୍କୁ ଏକ ରୁମ ମଧ୍ୟକୁ ଠେଲି ନେଇ ଜୋରରେ ଚୁମ୍ବନ ଦେଇଥିଲେ । ଏହି ଚୁମ୍ବନ ବେଳେ ତାଙ୍କ ଓଠରୁ ସାମାନ୍ୟ ରକ୍ତ ବାହାରିଥିଲା । କଙ୍ଗନା ଏହି ନ୍ୟୁଜକୁ ଯେଉଁ ଭଳି ଭାବେ ମଜାରେ ଉଡାଇଛନ୍ତି, ତାହା ଚର୍ଚ୍ଚାର କାରଣ ସାଜିଛି । କଙ୍ଗନା ଏବେ ଚନ୍ଦ୍ରମୂଖୀ ୨ ଓ ଏର୍ମଜେନ୍ସି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ।
Comments are closed.