ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ, OAS-A (JB)ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସରକାରୀ ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ (କ୍ଲାସିଫିକେସନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ନିୟମାବଳୀ, ୧୯୬୨ର ନିୟମ ୧୨(୧)(କ) ଅନୁଯାୟୀ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ନିଲମ୍ବନ ଅବଧିରେ ସେ ମୁଖ୍ୟାଳୟ କଟକସ୍ଥିତ ରାଜସ୍ୱ ଡିଭିଜନାଲ୍ କମିଶନର (କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟରେ ରହିବ। ଆର୍ଡିସିଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।
ଏଥିସହ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ମନୋଜ କୁମାର ମାଝୀଙ୍କ ବିରୋଧରେ ଅଭିଯୋଗର ଖସଡ଼ା ଏବଂ ସମ୍ପୃକ୍ତ ପ୍ରମାଣପତ୍ର ସହ ଆବଶ୍ୟକ ଦଲିଲ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

