ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସ୍ୱେରେଜ୍ ଓ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ୩୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।
ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ଯେ, ୨୦୨୩ରେ ୯ଟି, ୨୦୨୨ରେ ୬୬ଟି, ୨୦୨୧ରେ ୫୮ଟି, ୨୦୨୦ରେ ୨୨ଟି, ୨୦୧୯ରେ ୧୧୭ଟି ଏବଂ ୨୦୧୮ରେ ୬୭ଟି ଏଭଳି ମୃତ୍ୟୁ ରେକର୍ଡ କରାଯାଇଛି।
ପିଇଏମଏସଆର ଆଇନ, ୨୦୧୩ ଅନୁଯାୟୀ ମଣିଷ ଦ୍ବାରା ସ୍ୱରେଜ ଟାଙ୍କି ସଫା କରିବା ନିଷିଦ୍ଧ କରିଛନ୍ତି ସରକାର। ଏହି ଆଇନରେ କୌଣସି ବ୍ୟକ୍ତିଙ୍କୁ ହାତରେ ସଫା କରିବା, ନେବା ଆଣିବା, ବ୍ୟବହାର କରିବା କିମ୍ବା ଅନ୍ୟ ଉପାୟରେ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଉଲ୍ଲେଖଯୋଗ୍ୟ, ସହର ମାନଙ୍କରେ ଖାସ କରି ଏପରି ମୃତ୍ୟୁ ସଂଖ୍ୟା ଦେଖିବାକୁ ମିଳେ। ଲୋକମାନେ ନିଜର ପାଇଖାନା ଟାଙ୍କି କିମ୍ବା ବଡ ବଡ ପାଣି ଟାଙ୍କି ସଫା କରିବାକୁ ଯାଇ ଲୋକଙ୍କୁ ଏଥିରେ ନିୟୋଜିତ କରିଥାନ୍ତି। କିନ୍ତୁ ସଫା କରିବାକୁ ଯାଇ ସଂପୃକ୍ତ ମଣିଷ ଅକ୍ସିଜେନ ଅଭାବର ଶିକାର ହେବାରୁ ମୃତ୍ୟୁ ବରଣ କରିଥାଏ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏପରି ଅକାଳ ମୃତ୍ୟୁ ହେବାର ନଜିର ରହିଛି।
Comments are closed.