Latest Odisha News

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ପ୍ରତିନିଧି ଦଳ ସହ ସିଏମଓ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସମ୍ପର୍କରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ଆଜି ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସିଏମଓର ବରିଷ୍ଠ ଅଧିକାରୀଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ଦାବିପତ୍ର ।

ସିଏମଓର ବରିଷ୍ଠ ଅଧିକାରୀ ପ୍ରତିନିଧି ଦଳ ସହ ସେମାନଙ୍କ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ପ୍ରତିନିଧିଙ୍କୁ ଆଶ୍ୱାସନା ଦେଇଛନ୍ତି ସିଏମଓର ଅଧିକାରୀ ।

ସୋମବାର ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ସଦସ୍ୟ ସେମାନଙ୍କ ଦାବିକପ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ କରିଥିଲେ । ଏହା ପୂର୍ବରୁ କଟକ ଓ ସମ୍ବଲପୁରରେ ଶକ୍ତି ପ୍ରଦର୍ଶନ କରିଥିଲେ ଆଉଟସୋର୍ସିଙ୍ଗ କର୍ମଚାରୀ । ୫ଟି ଅଧିନକୁ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଅଣା ଯିବା ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିବା ସହ ସରକାରୀ କର୍ମଚାରୀ ମାନ୍ୟତା ଦାବି କରୁଛନ୍ତି ।

Comments are closed.