Latest Odisha News

BREAKING NEWS

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା

ନୂଆଦିଲ୍ଲୀ: ୨୩ ସେପ୍ଟମ୍ବରଠାରୁ ଚୀନରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସ ନିୟମ ଅନୁସାରେ ୨୩ ବର୍ଷରୁ କମ ଟିମ ସହିତ ୩ଜଣ ସିନିୟର ଖେଳାଳି ଖେଳିପାରିବେ । ସୁନୀଲ ଛେତ୍ରୀ, ସନ୍ଦୀପ ଝିଙ୍ଗନ ଓ ଗୁରପ୍ରୀତ ସିଂ ସାନ୍ଧୁଙ୍କୁ ସିନିୟର ଖେଳାଳି ଭାବେ ସାମିଲ କରାଯାଇଛି । କୋଚ ଦାୟିତ୍ୱ କ୍ରେଏସିଆର ଇଗୋର ଷ୍ଟିମେକଙ୍କ ଉପରେ ନ୍ୟସ୍ତ ରହିବ । ୨୦୧୮ରେ ଭାରତୀୟ ଫୁଟବଲ ଟିମକୁ ଏସିଆନ ଗେମ୍ସରେ ଖେଳିବା ପାଇଁ ଅନୁମତି ମିଳି ନ ଥିଲା । ଏଥର ସରକାର ପୁରୁଷ ଓ ମହିଳା ଟିମକୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ । ଭାରତୀୟ ଟିମ ଏବେ ଭଲ ଫର୍ମରେ ରହିଛି ।

ସାଫ ଚାମ୍ପିୟନଶିପ ଟାଇଟଲ ହାସଲ କରିବା ସହ ଦଳ ର‌୍ୟାଙ୍କିଙ୍ଗରେ ୧୦୦ ମଧ୍ୟକୁ ଆସିଛି । ୧୯୭୦ରେ ଭାରତ ଶେଷ ଥର ଏସିଆନ ଗେମ୍ସରେ ପଦକ ଜିତିଥିଲା ।
ଭାରତୀୟ ଫୁଟବଲ ଟିମ: ଗୁରପ୍ରୀତ ସିଂ ସାନ୍ଧୁ, ଗୁରମିତ ସିଂ, ଧୀରଜ ସିଂ, ସନ୍ଦେଶ ଝିଙ୍ଗନ, ଅନୱର ଅଲୀ, ନରେନ୍ଦ୍ର ଗେହଲତ, ଲାଲଚୁଙ୍ଗନୁଙ୍ଗ, ଆକାଶ ମିଶ୍ର, ରୋଶନ ସିଂ, ଆଶୀଷ ରାୟମିଡ, ଜ୍ୟାକସନ ସିଂ, ସୁରେଶ ସିଂ ୱାଙ୍ଗଜାମ, ଅପୁଇଆ ରାଲତେ, ଅମରଜିତ ସିଂ କିୟାମ, ରାହୁଲ କେପି, ନାଓରେମ ମହେଶ, ଶିବଶକ୍ତି ନାରାୟଣ, ରହୀମ ଅଲି, ସୁନୀଲ ସହେଦ୍ରି, ଅନିକେତ ଯାଦବ, ବିକ୍ରମ ପାର୍ଥପ ସିଂ, ରୋହିତ ଥାନୁ ।

Leave A Reply

Your email address will not be published.