Latest Odisha News

BREAKING NEWS

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଅଲଗା ହେବେ

ଓଟୱା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଟ୍ରୁଡୋ ବିବାହର ୧୮ ବର୍ଷ ପରେ ପରଷ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ବୁଧବାର ଉଭୟ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ଛାଡପତ୍ର ପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି । ସେମାନଙ୍କ ୧୫, ୧୪ ଓ ୯ ବର୍ଷର ୩ଟି ସନ୍ତାନ ରହିଛନ୍ତି । ଜଷ୍ଟିନଙ୍କ ବାପା ପିୟର ଟୁଡୋ ମଧ୍ୟ ୧୯୭୯ରେ ପ୍ରଧାନମନ୍ତ୍ରୀ ଥିବା ବେଳେ ମାଗରିଟଙ୍କଠାରୁ ଅଲଗା ହୋଇଥିଲେ । ଜଷ୍ଟିନ ସର୍ବଦା ତାଙ୍କ ପତ୍ନୀଙ୍କୁ ଗୁରୁତ୍ୱ ଦେଇଥାନ୍ତି । ବିବାହ ବିଚ୍ଛେଦର ପ୍ରକୃତ କାରଣ ସମ୍ପର୍କରେ ସେମାନେ କୌଣସି ସୂଚନା ଦେଇ ନାହାନ୍ତି ।

ଟୁଡୋ ଏବେ ପତ୍ନୀ ଓ ପିଲାମାନଙ୍କ ସହ ଛୁଟି ମନେଇବାକୁ ଯିବେ । ଛାଡପତ୍ର ପରେ ଉଭୟଙ୍କ ପାଖରେ ପିଲାମାନଙ୍କ ଜଂଏଟ କଷ୍ଟଡି ରହିବ । ଟୁଡୋ କାନାଡାର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ୨୦୧୫ରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୮ରେ ସମ୍ପୂର୍ଣ୍ଣ ପରିବାର ଭାରତ ଆସିବା ତାଜମହଲ ଦେଖିଥିଲେ । ଏହା ବ୍ୟତୀତ ଗୋଲ୍ଡେନ ଟେମ୍ପଲ ଓ ଅକ୍ଷରଧାମ ମନ୍ଦିର ଦର୍ଶନ କରିଥିଲେ ।

Comments are closed.