Latest Odisha News

BREAKING NEWS

୩ ବର୍ଷ ପରେ ପୁଣି ଫିଲ୍ମ କରିବେ ହେମାମାଳିନି: ରଖିଲେ ଏମିତି କିଛି ସର୍ତ୍ତ

ମୁମ୍ବାଇ: ଦୀର୍ଘ ୩ ବର୍ଷ ପରେ ପୁଣି ଫିଲ୍ମ ଦୁନିଆକୁ ଫେରିବେ ବଲିଉଡ଼ର ‘ଡ୍ରିମ୍ ଗାର୍ଲ\’ ତଥା ଅଭିନେତ୍ରୀ ହେମା ମାଳିିନି । ସେ ଗତ ୩ବର୍ଷ ଧରି ଫିଲ୍ମ ଦୁନିଆଠାରୁ ଦୂରରେ ରହିଥିଲେ । ୨୦୨୦ ମସିହାରେ ତାଙ୍କୁ ଫିଲ୍ମ ‘ଶିମଲା ମିର୍ଚି\’ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ରାଜନୀତି କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏବେ ପୁଣି ଫିଲ୍ମକୁ ଫେରିବେ ଓ ସେଥିଲାଗି ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି ବୋଲି କହିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ହେମା ମାଳିନିଙ୍କୁ ପଚରାଯାଇଥିଲା କି ସେ ବଡ ପରଦାକୁ ଫେରିବାକୁ ଚାହୁଁଛନ୍ତି କି? ସେ କହିଥିଲେ ଯେ,୩ ବର୍ଷ ହେଲା ମୁଁ କୌଣସି ଫିଲ୍ମ କରିନାହିଁ । ତାମାନେ ନୁହେଁ ଯେ, ମୁଁ ଫିଲ୍ମ ଦୁନିଆରୁ ଦୁରେଇ ଯାଇଛି । ମୋତେ ଭଲ ଅଫର ମିଳିଲେ ମୁଁ ନିଶ୍ଚୟ କରିବି । ସବୁଠୁ ବଡ଼ କଥା, ଅଫରଟି ମୋ ବୟସ ପାଇଁ ଉପଯୁକ୍ତ ହେବା ଉଚିତ୍ । ଗ୍ଲାମରସ୍ ହେବା ସହ ଉପଯୁକ୍ତ ହେବା ଜରୁରୀ । ମୁଁ କାହାର ଖରାପ ଚିନ୍ତା କରେ ନାହିଁ । ସେଥିଲାଗି ନକରାତ୍ମକ ଭୂମିକାକୁ ଗ୍ରହଣ କରିବି ନାହିଁ । ଯଦି ମୋତେ ଧର୍ମେନ୍ଦ୍ରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଅଫର ମିଳେ ମୁଁ ନିଶ୍ଚୟ କରିବି । କିନ୍ତୁ ଆମ ଯୋଡ଼ିକୁ ଦର୍ଶକ ଗ୍ରହଣ କରିବେ କି ନାହିଁ ଜାଣିନାହିଁ ।

ହେମା ମାଳିନି ୧୯୬୩ ମସିହାରେ ତାମିଲ ଫିଲ୍ମ ‘ଇଦୁୁ ସାଥିୟମ୍‌\’ ରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୬୮ରେ ଫିଲ୍ମ ‘ସପ୍ନୋ କା ସୌଦାଗର\’ ରେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିବାକୁ ଲାଗିଲେ । ୧୯୭୦ ରେ ‘ତୁମ୍ ହସିନ୍ ମୈ ଜୱାନ୍‌\’ରେ ଧର୍ମେନ୍ଦ୍ରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ପରେ ଦୁହେଁ ୧୯୮୦ ମସିହାରେ ବିବାହ କରିଥିଲେ । ୨୦୦୪ ରେ ବିଜେପିରେ ଯୋଗ ଦେଇଥିଲେ ହେମାମାଳିନୀ ।

Comments are closed.