Latest Odisha News

BREAKING NEWS

ବଲିଉଡର କିଛି ଅଜଣା ‘ରିଲ ଲାଇଫ କପୁଲ’, ଯିଏ ରିୟଲରେ ମଧ୍ୟ ସ୍ୱାମୀ-ସ୍ତ୍ରୀ

ମୁମ୍ବାଇ: ବଲିଉଡର ଏମିତି ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିଛନ୍ତି ଯେଉଁମାନେ ଉଭୟ ରିଲ ଓ ରିୟଲ ଲାଇଫରେ ସ୍ବାମୀ-ସ୍ତ୍ରୀ ଅଟନ୍ତି । ଯେମିତି ବିଗ-ବି ଅମିତାଭ ଓ ଜୟା ବଚ୍ଚନ, ରିତେଶ ଦେଶମୁଖ ଓ ଜେନେଲିଆ, ଆଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଏହି ଭଳି ଆହୁରି ଅନେକ ।

ଏହିଭଳି ନାମିଦାମୀ କଳାକାରଙ୍କୁ ଛାଡି ଦେଲେ ପିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଯୋଡି ଅଛନ୍ତି ଯାହାଙ୍କ ବିଷୟରେ ଅଧିକାଂଶ ଦର୍ଶକ ଜାଣିନଥାନ୍ତି ।

ଆମେ ଆଜି ସେହିଭଳି କିଛି ଯୋଡ଼ିଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ଯେଉଁମାନେ ଉଭୟ ରିଲ ଓ ରିୟଲରେ ସ୍ୱାମୀ-ସ୍ତ୍ରୀ ।

ମନୋଜ ଓ ନେହା :

ବଲିଉଡର ଟ୍ୟାଲେଣ୍ଟେଡ୍‌ ଅଭିନେତା ମନୋଜ ବାଜପାଇ ଓ ପତ୍ନୀ ନେହା ଏକା ସହ ଅନେକ ଫିଲ୍ମରେ ସ୍ବାମୀ ସ୍ତ୍ରୀ ଭାବେ ଅଭିନୟ କରିଛନ୍ତି। ଏହି ଯୋଡିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି। ମନୋଜ ଓ ନେହା ରିଲ ଲାଇଫ ବ୍ୟତୀତ ରିଅଲ ଲାଇଫରେ ପତୀ ପତ୍ନୀ ଅଟନ୍ତି ।

ମୁରଲି ଓ ଅଶ୍ବିନୀ :

ମୁରଲି ଶର୍ମା ଓ ଅଶ୍ବିନୀ କାଲସେକର ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି। ଉଭୟ ବାସ୍ତବ ଜୀବନରେ ମଧ୍ୟ ପତୀ ପତ୍ନୀ। ଗୋଲମାଲ ଫିଲ୍ମର ସିରିଜରେ ଏକା ସହ ଅଭିନୟ କରିଥିଲେ ଏହି ଯୋଡି। ବଲିଉଡ ସହ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରନ୍ତି ଏହି ଷ୍ଟାର।

ମନୋଜ ଓ ସୀମା:

ହାସ୍ୟ କଳାକାର ଭାବେ ନଜର ଆସୁଥିବା ମନୋଜ ପାହୱା ସିରିଅସ ଭୂମିକାରେ ଅଭିନୟ କଲେ ମଧ୍ୟ ଲୋକେ ପସନ୍ଦ କରନ୍ତି। ମନୋଜ ପାହୱା ନିଜ ସ୍ତ୍ରୀ ସୀମା ପାହୱାଙ୍କ ସହ ଅନେକ ଫିଲ୍ମରେ ଏକା ସହ ନଜର ଆସିଛନ୍ତି। ହେଲେ ଅଧିକାଂଶ ଦର୍ଶକ ଜାଣିନାହାନ୍ତି ଯେ, ସେମାନେ ବାସ୍ତବରେ ପତୀ ପତ୍ନୀ। ନାଟକ ରିହର୍ଶଲ କରୁଥିବା ବେଳେ ଉଭୟ ପ୍ରେମରେ ପଡିଥିଲେ ।

କେକେ ମେନନ୍‌ ଓ ନିବେଦିତା:

କେକେ ମେନନ୍‌ ଓ ନିବେଦିତା ଭଟ୍ଟାଚାର୍ଯ୍ୟ ବାସ୍ତବରେ ସ୍ବାମୀ ସ୍ତ୍ରୀ। ଅନେକ ଫିଲ୍ମରେ ଏକା ସହ ଅଭିନୟ କରିଛନ୍ତି ଏହି ଯୋଡି। ଉଭୟଙ୍କ ଅଭିନୟ ଦ୍ବାରା ସେମାନେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। କେକେ ଅଧିକାଂଶ ନେଗେଟିଭ ରୋଲରେ ଅଭିନୟ କରି ଲୋକଙ୍କ ଦିଲରେ ରାଜ କରନ୍ତି।

Leave A Reply

Your email address will not be published.