Latest Odisha News

ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ: ହାୱାଇନ ଆଇଲ୍ୟାଣ୍ଡରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଜଳୁଛି ଗ୍ରୀସ ଦ୍ବୀପାଞ୍ଚଳ। ଜଙ୍ଗଲରେ ଅଗ୍ନିକାଣ୍ଡର ମାତ୍ରା ପ୍ରଖର ହୋଇଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ନିଆଁ ବ୍ୟାପିବା କାରଣରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖ ସମସ୍ତ ଅଞ୍ଚଳ ମଧ୍ୟ ନିଆଁର କବଳିତ ହୋଇପଡିଛି । ଯାହାକୁ ନେଇ ଗ୍ରୀସ ଏବଂ ରୋଡ ଆଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଏହାସହ ବିପନ୍ନଙ୍କୁ ନିଆଁର କବଳରୁ ରକ୍ଷା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଗ୍ରୀସ ଦ୍ବୀପରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ବର୍ତ୍ତମାନ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ଜଣାପଡିଛି । ସେପଟେ ମାଉଇର ହାୱାଇନ ଆଇଲ୍ୟାଣ୍ଡରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ନିଆଁ ୩୬ଜଣଙ୍କ ଜୀବନ ନେଲାଣି। ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନ ସହର ଲାହାଇନା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ବାତ୍ୟାରେ ଭୀଷଣ ପବନ ଯୋଗୁ ନିଆଁ ବଢିବାରେ ଲାଗିଛି । ଏହା ବ୍ୟତୀତ ବିଗ ଆଇଲ୍ୟାଣ୍ଡ ଏବଂ ମାଉଇରେ ଭୟଙ୍କର ନିଆଁ ଜଳୁଛି। ଭୟଭୀତ ଲୋକମାନେ ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ସମୁଦ୍ରକୁ ଡେଇଁ ପଡିଛନ୍ତି । ଲାହାଇନା ସହରରେ ୨୭୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି କିମ୍ବା ନଷ୍ଟ ହୋଇଯାଇଛି।

ସରକାରୀ ଅଧିକାରୀ ଏବଂ ସ୍ବେଚ୍ଛାସେବୀମାନେ ଅଗ୍ନି ବ୍ୟାପିଥିବା ଅଞ୍ଚଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଅଗ୍ନି ବିପନ୍ନଙ୍କୁ ସହାୟତା କରୁଛନ୍ତି । ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଦ୍ୱୀପରେ ଥିବା ଜିମ୍‌, ସ୍କୁଲ ଏବଂ ହୋଟେଲ ସମ୍ମିଳନୀ କେନ୍ଦ୍ର ଆଦି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ପ ଡେସ୍କ ନମ୍ବର ମଧ୍ୟ ଜାରି କରାଯାଇଛି । ଅନ୍ୟ ଦେଶର କେହି ବ୍ୟକ୍ତି ବିଶେଷ ଫସି ରହିଥିଲେ ଏହି ନମ୍ବରରେ ନିଜର ଦୂତାବାସ ସହ ଯୋଗାଯୋଗ କରିପାରିବେ ବୋଲି ଗ୍ରୀସ ବୈଦିଶକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି

ତେବେ ଏହି ଜଙ୍ଗଲରେ ଗତ ୧୮ ତାରିଖରୁ ନିଆଁ ଲାଗିଥିବା ଜଣାପଡିଛି। ୨୬୬ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ୪୯ଟି ପାଣି ଟ୍ରକ ଦ୍ବାରା ପାଣି ସ୍ପ୍ରେ କରାଯାଉଛି। ଏହାସହ ୧୦ଟି ଏୟାରକ୍ରାଫ୍ଟ ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି ।

Comments are closed.