ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ କୁମାର ରାଉତରାଏ, ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ, ବରିଷ୍ଠ ଚିତ୍ରଶିଳ୍ପୀ ତଥା ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର ପରିଡ଼ା, ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ, ନିଫ୍ଟର ଚିତ୍ତରଞ୍ଜନ ସାହୁ, ସ୍ଵର୍ଣ୍ଣଲତା ଶତପଥି, ବିନୋଦିନୀ ସିଂ ପ୍ରମୁଖ ଯୋଗ ଦେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ।
ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଏହି ପ୍ରଦର୍ଶନୀରେ ଏକାଡେମୀ ଦ୍ୱାରା ସଂଗୃହୀତ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନ ଦର୍ଶନ ଏବଂ ପାଇକ ବିଦ୍ରୋହର ବୀରତ୍ଵକୁ ନେଇ ମୋଟ ୪୫ ଟି ଚିତ୍ର ପ୍ରଦର୍ଶିତ ହୋଇଅଛି।ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିବା ୧୧ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।
Comments are closed.