Latest Odisha News

BREAKING NEWS

ଚାଲିଥିଲା ପାର୍ଥନା, ଭୁଷୁଡିଲା ମସଜିଦ କୋଠା: ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଅବୁଜା: ପ୍ରାର୍ଥନା ସମୟରେ ଭୁଶୁଡିଲା ମସଜିଦ କୋଠା । ଅକାଳରେ ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ଗତକାଲି ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟରେ ଘଟିଛି ଏହି ଅଘଟଣ । ଅଘଟଣ ସମୟରେ ୧୦୦ରୁ ଅଧିକ ଲୋକେ ମସଜିଦ ଭିତରେ ପ୍ରାର୍ଥନା କରୁଥିଲେ । ତେବେ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ମୁତାବକ, ଗତକାଲି ଶତାଧିକ ଲୋକେ ସମୂହ ପ୍ରାର୍ଥନା ପାଇଁ ଜରିଆ ସେଣ୍ଟ୍ରାଲ ମସଜିଦରେ ଏକାଠି ହୋଇଥିଲେ । ପ୍ରାର୍ଥନା ଚାଲିଥିବା ବେଳେ ହଠାତ୍ ମସଜିଦ କୋଠାର ଗୋଟିଏ ଭାଗ ଭୁଶୁଡି ପଡିଥିଲା । ଏହାତଳେ ଅନେକ ମୁସଲମାନ ଶ୍ରଦ୍ଧାଳୁ ଫସି ଯାଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଥିରେ ଦେଖାଯାଇଛି ଯେ, ମସଜିଦର ଛାତର ଗୋଟିଏ ଭାଗ ଭୁଶୁଡି ଯାଇ ଲୋକଙ୍କ ଉପରେ ପଡିଥିଲା ।

 

Comments are closed.