Latest Odisha News

BREAKING NEWS

ପୋଲିଓ ଟୀକା ନେବା ପରେ ୨ମାସର ଶିଶୁକନ୍ୟା ମୃତ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଟୀକା ନେବା ପରେ ଜଣେ ୨ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।

ମୃତ ଶିଶୁଟି ନରନପୁର ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳ ଓ ଜୋତ୍ସାରଣୀ ବିଶ୍ୱାଳଙ୍କ ଝିଅ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଗତ ବୁଧବାର ଦିନ ଉକ୍ତ ଶିଶୁଟି ପୋଲିଓ ଟୀକା ନେବାପରେ ଅସୁସ୍ଥ ହୋଇପଡିଥିଲା । ପରେ ତାକୁ ଚିକିତ୍ସା ନିମନ୍ତେ ଗୁରୁବାର ଦିନ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା ।

ପରବର୍ତ୍ତୀ ସମୟରେ ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁଟିର ମୃତ୍ରୁ ଘଟିଥିôବା ନେଇ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହ ଧାରଣାରେ ବସିଥିଲେ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଥିଲା ।

Comments are closed.