Latest Odisha News

କବିତା : ସ୍ୱାଧୀନ ଦେଶର ସନ୍ତାନ

ବାସନ୍ତୀ ଲତା ଜେନା 

ସ୍ୱାଧୀନ ଦେଶର ସନ୍ତାନ ଆମେରେ
ଆମେରେ ବୀର ଯବାନ
ସତ୍ୟ ପଥେ ରହି କାମ କରିଯିବା
ଆମେ ହେବା ବଳିୟାନ।

ବହୁ କଷ୍ଟ ସହି ପୂର୍ବ ପୁରୁଷ ଯେ
ଆଣିଦେଲେ ସ୍ୱାଧୀନତା
ସ୍ୱାଧୀନତା ମାନ ରକ୍ଷା କରିବାକୁ
ଆମର ବଢୁଛି ଚିନ୍ତା।

ଆକାଶେ ଉଡୁଛି ତ୍ରିରଙ୍ଗା ପତାକା
ଦେଶ ଗଉରବ ମାନ
ସ୍ୱାଧୀନତା ଆମ ନାର୍ଯ୍ୟ ଅଧିକାର
ନହେବା କାର ଅଧୀନ ।

ମୁକ୍ତ ଆକାଶର ତାରକା ଆମେରେ
ଏକ ମାଆ ସନ୍ତାନ ଆମେ
ଆମ ମଧ୍ୟେ ନାହିଁ ଭେଦ ଭାବ କିଛି
ସ୍ୱଚ୍ଛତା ଆମରି କାମେ ।

ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିୟାନ
ସଭିଏଁ ଗୋଟିଏ ଜାତି
ତ୍ରିରଙ୍ଗାର ତଳେ ଶପଥ ନେବାରେ
ଆସୁ ପଛେ ଅମାରାତି ।

ତ୍ରିରଙ୍ଗାର ରକ୍ଷା ଆମର ସୁରକ୍ଷା
ଅଛି ଆମ ନିଜ ହାତେ
ମରିବା ପଛକେ ହାରି ଯିବା ନାହିଁ
ଆମେତ ଯବାନ ଯେତେ ।

ଶତ୍ରୁର ରକତେ ଖେଳିବାରେ ହୋଲି
ବିଜୟ ଗୀତିକା ଗାଇ
ଦେଶ ଜନନୀର ମାନ ରଖିବାକୁ
ତା କୋଳରେ ଯିବୁ ଶୋଇ ।

ଆମ ମଧ୍ୟେ ଅଛି ଅସୀମ ଶକତି
ସତ୍ୟ ଅହିଂସାର ପ୍ରୀତି
ନୂତନ ଯୁଗକୁ ଆହ୍ୱାନ କରିବୁ
ଜାଳି ଦେବୁ କ୍ରାନ୍ତି ଜ୍ୟୋତି ।

ଯେତେ ଆମେ ସବୁ ଛୋଟ ଛୋଟ କଳି
ଦିନେ ଆମେ ବଡ଼ ହେବୁ
ଭଲ କାମ କରି ଦେଶର ଗୌରବ
ସ୍ୱର୍ଣ୍ଣାକ୍ଷର ଲେଖି ଦେବୁ ।

ଗାନ୍ଧୀନଗର, ନବରଙ୍ଗପୁର,

Comments are closed.