Latest Odisha News

ନ୍ୟୁଜ ଚ୍ୟାନେଲକୁ ଶୃଙ୍ଖଳିତ କରିବାକୁ ମାର୍ଗଦର୍ଶିକା ଆଣିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଖୁବ ଶୀଘ୍ର ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଏକ ମାର୍ଗଦର୍ଶିକା ଆଣିବେ। ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଖବର ଶୈଳୀକୁ ନେଇ ଆପତ୍ତି ଉଠାଇ ସୁପ୍ରିମକୋର୍ଟ ଏଭଳି ଏକ ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି କହିଛନ୍ତି।

ନିକଟରେ ବମ୍ବେ ହାଇକୋର୍ଟ କହିଥିଲେ ଯେ ଟିଭି ଚ୍ୟାନେଲଗୁଡିକର ସ୍ୱ-ନିୟନ୍ତ୍ରଣକୁ କଡାକଡି କରାଯିବା ଉଚିତ ଏବଂ ଏହା ପର୍ଯ୍ୟାପ୍ତ ନୁହେଁ। ଏହା ବିରୋଧରେ ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ (ଏନବିଏ) ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହି ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ ‘ଆପଣ କହୁଛନ୍ତି ଯେ ଟିଭି ଚ୍ୟାନେଲଗୁଡିକରେ ସ୍ୱ ନିୟନ୍ତ୍ରଣ ଅଛି କିନ୍ତୁ ମୁଁ ଜାଣେ ନାହିଁ ଏହି କୋର୍ଟରେ କେତେ ଲୋକ ଆପଣଙ୍କ ସହ ସହମତ ହେବେ। ଆପଣମାନେ କେତେ ଭଲ ରୋଜଗାର କରନ୍ତି? ଏକ ଲକ୍ଷ! ଗୋଟିଏ ଦିନରେ ଗୋଟିଏ ଚ୍ୟାନେଲ କେତେ ରୋଜଗାର କରେ? ଯେପର୍ଯ୍ୟନ୍ତ ନିୟମକୁ କଠୋର ନକରାଯିବ, ସେ ପର୍ଯ୍ୟନ୍ତ କୌଣସି ଟିଭି ଚ୍ୟାନେଲ ସେଗୁଡିକ ଅନୁସରଣ କରିବାକୁ ବାଧ୍ୟ ହେବେ ନାହିଁ।

ଏହି ଖଣ୍ଡପୀଠ ଏନବିଏର ପକ୍ଷ ରଖିଥିଲେ ବରିଷ୍ଠ ଆଡଭୋକେଟ୍ ଅରବିନ୍ଦ ଦତ୍ତ । ବେଞ୍ଚ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହାର ଉତ୍ତର ଦେବାକୁ କୁହାଯିବ। ଏକ ଲକ୍ଷ ଜରିମାନା ସମ୍ପର୍କରେ କୋର୍ଟ ମଧ୍ୟ ପରାମର୍ଶ ଲୋଡିଛନ୍ତି। ତେବେ କୋର୍ଟ ବାକ୍ ସ୍ୱାଧୀନତା ଉପରେ କୌଣସି ପ୍ରତିବନ୍ଧକ ଲଗାଇବେ ନାହିଁ ବୋଲି ଏହି ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି।

Comments are closed.