Latest Odisha News

BREAKING NEWS

‘ସବୁଜ ମହାନଦୀ ମିଶନ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର : ମହାନଦୀର ସୁରକ୍ଷା ଲାଗି ତାଙ୍କର ଲଢେଇ ଜାରି ରହିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ମହାନଦୀ ଓଡ଼ିଶାର ଜୀବନରେଖା । ଏହାର ପାଣି ଉପରେ ଓଡ଼ିଶାବାସୀଙ୍କ ଅଧିକାରରୁ ଆମକୁ କେହି ବଞ୍ଚିତ କରିପାରିବ ନାହିଁ ।

ଆଜି ସୁବର୍ଣ୍ଣପୁରରେ ମହାନଦୀ କୂଳରେ ‘ସବୁଜ ମହାନଦୀ ମିଶନ’କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାନଦୀ ସୁରକ୍ଷା ଦିଗରେ ‘ସବୁଜ ମହାନଦୀ ମିଶନ’ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ମିଶନରେ ମହାନଦୀ କୂଳରେ ଥିବା ୧୫ଟି ଜିଲ୍ଲାର ୧୩୦୩ ଗାଁରେ ଚଳିତ ବର୍ଷ ୨ କୋଟି ଗଛ ଲଗାଯାଉଛି ।

ମୁଖ୍ୟମନ୍ତ୍ରୀ ବୌଦ ଜିଲ୍ଲାର ମନମୁଣ୍ଡାରେ ତେଲ ନଦୀ କୂଳରେ ମଧ୍ୟ ସବୁଜ ମିଶନ କାର୍ଯ୍ୟକ୍ରମରେ ଚାରା ଲଗାଇଥିଲେ । ସମ୍ବଲପୁରର ଜମାଦାରପଲ୍ଲୀଠାରେ ସମ୍ବଲପୁର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସମ୍ବଲପୁର ବିଧାୟକ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏବଂ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ ଯେ, ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମରେ ମହାନଦୀ, ଇବ୍ ଓ ତେଲ ନଦୀର ଉଭୟ ପାଶ୍ୱର୍ରେ ୨ କୋଟି ଗଛ ଲଗାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ନଦୀ ଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୃକ୍ତ କରାଯିବ ।

Leave A Reply

Your email address will not be published.