Latest Odisha News

BREAKING NEWS

ଫେମିନା କଭର୍ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ପତ୍ରିକା ଫେମିନା କଭର ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ୱତନ୍ତ୍ର ଷ୍ଟୋରୀ କରିଛି। ଟାଇମ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବିନୀତ ଜୈନା ରାଷ୍ଟ୍ରପତିଙ୍କୁ ଭେଟି ଏହାର ପ୍ରଥମ କପି ପ୍ରଦାନ କରିଛନ୍ତି।

ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍‌ ଏହାର ଅଗଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ଦେଇଛି। ମହିଳା ସଶକ୍ତିକରଣର ଅଭିବ୍ୟକ୍ତି ଭାବେ ମାଗାଜିନ୍‌ର କଭର ପେଜରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। କଭର୍ ଷ୍ଟୋରୀରେ ତାଙ୍କର ଅଦମ୍ୟ ସାହସ, ନିଷ୍ଠା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୂର କରିବା ସହିତ ରାଷ୍ଟ୍ରପତିଙ୍କ ଉଲ୍ଲେଖନୀୟ ଯାତ୍ରା ଆଲୋକପାତ ହୋଇଛି। ଏଥିରେ ତାଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ଦିଗରେ କରାଯାଇଥିବା କାମଗୁଡ଼ିକୁ ବିଶେଷ ଭାବେ ଦର୍ଶାଯାଇଛି।

ଓଡ଼ିଶାର ମହିଳା ଆଦିବାସୀ ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକଙ୍କ ପାଇଁ ଏକ ପ୍ରେରଣା। ସେ ତାଙ୍କ ଗାଁର ପ୍ରଥମ ଯୁବତୀ ଯିଏକି ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ତାଙ୍କ ସମ୍ପ୍ରଦାୟର ରାଜନୀତିରେ ପ୍ରବେଶ କରିଥିବା ପ୍ରଥମ ମହିଳା ଏବଂ ଝଡ଼ଖଣ୍ଡରେ ରାଜ୍ୟପାଳ ଭୂମିକା ଗ୍ରହଣ କରିଥିବା ପ୍ରଥମ ମହିଳା। ଶିକ୍ଷା ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କର ଅଦମ୍ୟ ପ୍ରତିବଦ୍ଧତା ଏବଂ ଜଣେ ଶିକ୍ଷାବିତ୍ ଭାବରେ ତାଙ୍କର ନିରନ୍ତର ନିଷ୍ଠା ଯୁବ ତଥା ଦେଶକୁ ଉନ୍ନତ କରିବା ପାଇଁ ତାଙ୍କର ଗଭୀରତାକୁ ଏହି ପତ୍ରିକାରେ ଦର୍ଶାଯାଇଛି।

Comments are closed.