Latest Odisha News

ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜେଇଇ ପରିଚାଳନା ବିଭ୍ରାଟ ମାମଲା  । ମାର୍କ ସିଟ୍ ଘୋଟାଲାର ତଦନ୍ତ କରିବ ସିବିଆଇ  । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏ ନେଇ ଏକ ମାମଲା ଦାଖଲ କରାଯାଇଥିଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବା ଅଂଶୁମାନ ଅଭିଯୋଗ କରିଥିଲେ। ଏହି ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଅକ୍ଷୟ ପାଣ୍ଡେ ।

୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଅଂଶୁମାନ ୯୮.୯୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ  । ତଥାପି  ଅଂଶୁମାନଙ୍କୁ ରାଉରକେଲା ଏନଆଇଟିରେ ଆଡମିଶନ ମିଳିନଥିଲା  । ନକଲି ମାର୍କସିଟ୍ ଦର୍ଶାଇ ଅଂଶୁମାନଙ୍କୁ ଆଡମିଶନରୁ ବଞ୍ଚିତ କରାଯାଇଥିଲା । । ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଂଶୁମାନ । ଆବେଦନକାରୀ ଛାତ୍ର ମାମଲାରେ ଜେଇଇ କର୍ତ୍ତୁପକ୍ଷଙ୍କ ସହ ୫ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ  । ଏବେ ଆବେଦନର ଶୁଣାଣି କରି ହାଇକୋର୍ଟ ରାୟ ଶୁଣାଇଛନ୍ତି । ଏବେ ସିବିଆଇ ମାମଲାର ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।

 

Comments are closed.