Latest Odisha News

ଅଭିଭାବକ ଆସିଲେନି, ପିଲାଙ୍କୁ ବର୍ଷାରେ ଛିଡା କରିଦେଲେ ସ୍କୁଲ କର୍ତ୍ତୃପକ୍ଷ

ବୌଦ୍ଧ: ଅଭିଭାବକ ସ୍କୁଲ ବୈଠକକୁ ଆସିଲେନି ତେଣୁ ସେମାନଙ୍କ ପିଲାଙ୍କୁ ଅର୍ଥାତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବର୍ଷାରେ ଛିଡା କରାଇ ଦେଇଛନ୍ତି। ଏଭଳି ଏକ ଘଟଣାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡକାଯାଇଥିବା ବୈଠକରେ ପ୍ରାୟ ୧୦-୧୫ ଜଣ ଅଭିଭାବକ ଅନୁପସ୍ଥିତ ଥିଲେ। ଏହାପରେ ସ୍କୁଲର ପ୍ରିନସିପାଲ କିଛି ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାହାରେ ଅପେକ୍ଷା କରିବାକୁ କହିଥିଲେ। ପ୍ରବଳ ବର୍ଷାରେ ଛାତ୍ରଛାତ୍ରୀମାନେ ସ୍କୁଲ୍ ବାହାରେ ବସି ରହିଥିଲେ। ଆଉ ଭିଜିଯାଇଥିଲେ।

ଘଟଣା ଜଣାପଡ଼ିବା ପରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ପ୍ରିନସିପାଲଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ ପଠାଇବେ ବୋଲି ଅଭିଭାବକମାନେ କହିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଓ ଜିଲ୍ଲାପାଳଙ୍କ ମତାମତ ମିଳିପାରି ନାହିଁ।

Comments are closed.