Latest Odisha News

BREAKING NEWS

ରାମ ମନ୍ଦିର ଗର୍ଭଗୃହରେ କେବେ ବିରାଜମାନ କରିବେ ପ୍ରଭୁ ରାମଲଲା? ସାମ୍ନାକୁ ଆସିିଲା ତାରିଖ

ଅଯୋଧ୍ୟା:ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ରାମଲଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କେବେ ହେବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆଉ ମାତ୍ର ମାସ କେଇଟା ପରେ ଏକ ଭବ୍ୟ ଆୟୋଜନ କରାଯିବ ଏବଂ ରାମ ମନ୍ଦିରରେ ରାମଲଲା ବିରାଜମାନ କରିବେ । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଶେଷ ହୋଇଗଲାଣି । ଏଥିସହିତ ରାମଲଲାଙ୍କ ପ୍ରାଣପ୍ରତିଷ୍ଠ ତାରିଖ ମଧ୍ୟ ସାମ୍ନାକୁ ଆସି ସାରିଲାଣି । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ମହଲାର ନିର୍ମାଣ କାମ ଶେଷ ହେବା ପରେ ଆସନ୍ତା ବର୍ଷ ଅର୍ଥାତ ୨୦୨୪ ମକର ସଂକ୍ରାନ୍ତି ପରେ ୧୬ରୁ ୨୪ ଜାନୁଆରୀ ମଧ୍ୟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ରାମମନ୍ଦିର ତୀର୍ଥ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମନ୍ଦିର ନିର୍ମାଣ ସମ୍ପର୍କିତ ସୂନା ଦେଇଛନ୍ତି । ତାଙ୍କର କହିବା ଅନୁସାରେ, ରାମଲଲାଙ୍କ ଭବ୍ୟ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠାର ସ୍ଥାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ସେ କହିଛନ୍ତି, ଦୁଇ ମହଲା ବିଶିଷ୍ଟ ଏଇ ମନ୍ଦିରର ପ୍ରଥମ ମହଲାର ଛାତ୍ର ୮୦ ଭାଗ ପଡିଗଲାଣି । ମନ୍ଦିରରେ ଭକ୍ତଙ୍କ ଦର୍ଶନ ସହ ନିର୍ମାଣ କାମ ବି ଚାଲୁରହିବ । ଏହାଦ୍ୱାରା କୌଣସି ଅସୁବିଧା ସୃଷ୍ଟି ହେବନି ।

ଏଠି କହିରଖିବୁ, ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉତ୍ତର ପ୍ରଦେଶର ବିଶେଷ ସୁରକ୍ଷା ବଳ ସମ୍ଭାଳିବେ ।

 

Comments are closed.