ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ ତାଙ୍କୁ ପରିବାର ପରି ଦେଖୁଥିଲୁ ବୋଲି କହିଛନ୍ତି । ତଥାପି ଡିଆଇଜିଙ୍କ ପତ୍ନୀ ମହିଳା ହୋମଗାର୍ଡକୁ ଦେଇଥିବା ନିର୍ଯାତନକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି । ଏପଟେ ଜାତୀୟ ମାନବାଧିକାର କମିଶନରେ ଏହି ମାମଲାକୁ ନେଇ କେସ ଡାଏରୀ ରୁଜୁ ହୋଇଛି । ।
ଅନୁଗୋଳ ଜିଲ୍ଲା ରାଶୀଗୋଡାର ସୌରୀନ୍ଦ୍ରୀ ସାହୁ ଆତ୍ମହତ୍ୟା ଉଦ୍ୟମ କରି ଟ୍ରେନ ଲାଇନରେ ଶୋଇ ପଡିଥିଲେ । ଅବଶ୍ୟ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ହେଲେ ତାଙ୍କର ଦୁଇ ଗୋଡ କଟି ଯାଇଥିଲା । ଏହାପରେ ସେ ହୋମଗାର୍ଡ ଡିଜିଙ୍କୁ ଚିଠି ଲେଖି ନିଜର ଦୁଃଖ ଜଣାଇଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, ସେ ଗତ ୧୯ ବର୍ଷ ଧରି ହୋମଗାର୍ଡ ଭାବେ କାମ କରୁଛନ୍ତି । ସାତମାସ ତଳେ ତାଙ୍କୁ ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ଘରୋଇ ସହାୟକଭାବେ କାମ କରୁଥିଲେ । ହେଲେ ସେଠାରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ
ହୋମଗାର୍ଡ ଜଣକ ଚିଠିରେ ଲେଖିଛନ୍ତି, ସେ ଘରର ସବୁ କାମ କରୁଥିଲେ । ହେଲେ ସାମାନ୍ୟ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଖୁବ ନିର୍ଯାତନା ଦେଉଥିଲେ । ମାଡ ମାରିବା ସହ ତାଙ୍କୁ ଚାକିରୀରୁ ବାହାର କରିଦେବାକୁ ଧମକ ଦେଉଥିଲେ । ଗତ ୪ ତାରିଖ ତାଙ୍କୁ ଗଳା ଧକ୍କା ଦେଇ ବାହାର କରି ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାପରେ ଅପମାନିତ ହୋଇ ତଥା ଚାକିରୀ ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଟ୍ରେନ ଲାଇନରୁ ଜୀବନ ଫେରି ପାଇଲେ ସିନା ଦୁଇଗୋଡ ସବୁଦିନ ପାଇଁ ହରାଇ ବସିଲେ ।
ଏପଟେ ଗଣମାଧ୍ୟମକୁ ବୟାନ ଦେଇ ନିଜ ପତ୍ନୀଙ୍କ ଦୋଷ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ଡିଆଇଜି ବ୍ରିଜେଶ ରାଏ । ସେ ପାଲଟା ହୋମଗାର୍ଡଙ୍କୁ ଦୋଷ ଦେଇ କହିଛନ୍ତି, କୌଣସି ପ୍ରକାରର ନିର୍ଯ୍ୟାତନା ଦିଆଯାଇନଥିଲା ଆମେ ତାଙ୍କୁ ନିଜର ପରିବାର ଭଳି ଭାବୁଥିଲୁ । ସେ କେବେବି କୌଣସି ପ୍ରକରର ସମସ୍ୟା ନେଇ ମୋ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆରଆଇ ପାଖରେ ଅଭିଯୋଗ କରି ନାହାନ୍ତି । ବରଂ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଥିଲା । ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ । ତାଙ୍କ ବଡ ଝିଅର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ । ତାଙ୍କ ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ମଧ୍ୟ ଚିନ୍ତା ଓ ଦୁଃଖରେ ଥିଲେ । ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଉଥିଲା । ସେ ଏପରି ନିଷ୍ପତ୍ତି କାହିଁକି ନେଲେ କେଜାଣି ? ତାଙ୍କୁ କେହି ଉସକାଇ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି ।
ଡିଆଇଜି ତାଙ୍କ ବୟାନରେ କହିଛନ୍ତି, ସେ କେବେବି କୌଣସି ପ୍ରକରର ସମସ୍ୟା ନେଇ ତାଙ୍କ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆରଆଇ ପାଖରେ ଅଭିଯୋଗ କରି ନାହାନ୍ତି ।
ଅନ୍ୟପକ୍ଷେ ହୋମଗାର୍ଡ ସୌରୀନ୍ଦ୍ରୀଙ୍କ ପିଲାମାନେ କହିଛନ୍ତି, ମା’ ପୂର୍ବରୁ ବି ଡିଆଇଜିଙ୍କ ଘରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ଘରେ କୁହନ୍ତି। ଘଟଣା ଦିନ ଠିକ୍ ସମୟରେ ମା’ ଘରେ ନ ପହଞ୍ଚିବାରୁ ଆମେ ଚାରିଆଡ଼େ ଖୋଲିବାକୁ ଲାଗିଲୁ। ଏହାପରେ ଟ୍ରେନ୍ ଲାଇନ୍ରେ ମା’ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ଗୋଡ଼ କଟି ଯାଇ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲୁ। ଏହାପର ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛୁ।
ତାଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ସହ ତାଙ୍କ ବଡ ଝିଅକୁ ଚାକିରି ଯୋଗାଇ ଦେବାକୁ ସୌରିନ୍ଦ୍ରୀ ଦାବି କରିବା ସହ ତାଙ୍କ ନିର୍ଯାତନା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
Comments are closed.