Latest Odisha News

BREAKING NEWS

ଆଜିଠୁ ବଢ଼ିବ ବର୍ଷା; ୨୫ରେ ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ୨୫ ତାରିଖରେ ସୃଷ୍ଚି ହେବ ଆଉ ଏକ ଘୂର୍ଣ୍ଣିବଳୟ। ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରୀ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହିତ ବର୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସୁନ୍ଦରଗଡ଼, ଝାରସୁଗଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହୋଇପାରେ। ବୁଧବାର ସମାନ ସ୍ଥିତି ଜାରି ରହିବା ସହିତ ଗୁରୁବାରଠାରୁ ରାଜ୍ୟରେ ବର୍ଷା ବଢ଼ିବା ସହିତ ପ୍ରକୋପ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Comments are closed.