Latest Odisha News

BREAKING NEWS

ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପି  ଉପରେ ବର୍ଷିଲା କଂଗ୍ରେସ ।  ବିଜେଡିର ଦୀର୍ଘ ୨୩ ବର୍ଷ ଶାସନର ପରିଶେଷରେ ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି ।  ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ ରାଜାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି। ବିଜେପି ବି ବିଜେଡି ସହ ଅଘୋଷିତ ମେଣ୍ଟ କରିଛି । ଏମିତି କହି ଦୁଇ ଦଳକୁ କଡା ସମାଲୋଚନା କରିଛନ୍ତି  କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଉଭୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ  ବ୍ୟକ୍ତିଗତ ସଚିବଙ୍କୁ ଆକ୍ଷେପ କରି କହିଛନ୍ତି,  ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ ରାଜାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି  । ବିଜେଡି କେନ୍ଦ୍ରରେ ବିଜେପି ସହ ଅଘୋଷିତ ମେଣ୍ଟ କରିଛି ।  ବିଜେଡି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ।
ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ଦୀର୍ଘ ବର୍ଷର ଶାସନରେ ବିଜେଡି ଓଡ଼ିଶା ପାଇଁ କଣ କରିଛି  ଏହି ପ୍ରଶ୍ନର ଉତ୍ତର ବିଜେଡି ପାଖରେ ନାହିଁ। ରାଜ୍ୟରେ ସବୁଠାରୁ ବିପର୍ଯ୍ୟସ୍ତ ବିଷୟ ହେଉଛି,ଦୀର୍ଘ ବର୍ଷର ନିରଙ୍କୁଶ ଶାସନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କିପରି ଅଛି?  ନିଜ ଶାସନ କଳ ଉପରେ ତାଙ୍କର ନିୟନ୍ତ୍ରଣ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ନିଜେ କୌଣସି ନିଷ୍ପତି ନେଇ ପାରୁଛନ୍ତି କି ନାହିଁ ତାହା ଉପରେ ସନ୍ଦେହ ହେଉଛି !  ନିଜ ମନ୍ତ୍ରୀ କିମ୍ବା ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରିପାରୁ ନାହାନ୍ତି  । କିନ୍ତୁ ନିଜ ବ୍ୟକ୍ତିଗତ ସଚିବଙ୍କୁ ବିଶ୍ଵାସ କରିବା କିଭଳି ଗଣତନ୍ତ୍ର ଅଟେ  ବୋଲି ପଚାରିଛନ୍ତି ବିଜୟ ପଟ୍ଟନାୟକ ।

Comments are closed.