Latest Odisha News

ଏନଏମସି ଦ୍ୱାରା କେବଳ ଜେନେରିକ ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଉପରେ ରୋକ

ନୂଆଦିଲ୍ଲୀ: ନ୍ୟାଶନାଲ ମେଡିକାଲ କମିଶନ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥିଲେ । ଏବେ ଏହି ନିର୍ଦ୍ଦେଶନାମା ଉପରେ ରୋକ ଲଗାଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏଶନ ଓ ଫେଡେରେଶନ ଅଫ ରେସିଡେଂଟ ଡକ୍ଟର ଆସୋସିଏଶନ ଏ ନେଇ କେନ୍ଦ୍ର ସରକାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟଙ୍କ ନିକଟରେ ଫେରାଦ ହୋଇଥିଲେ । ସେମାନଙ୍କ ଅନୁରୋଧ ରକ୍ଷା କରି ଏହା ଉପରେ ରୋକ ଲଗାଯାଇଛି । ରୋଗୀର ଚିକିତ୍ସା ଖର୍ଚ୍ଚ କମ ହେବା ପାଇଁ ସରକାର ଉପରୋକ୍ତ ନିଷ୍ପତି ନେଇଥିଲେ ।

ତେବେ ଭାରତରେ ଜେନେରିକ ଔଷଧର ମାନ ଦୁର୍ବଳ ଥିବାରୁ ଏହା ଦ୍ୱାରା ରୋଗୀର ସ୍ୱାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଡାକ୍ତରମାନେ କହିଥିଲେ । ଏ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ପୂର୍ବରୁ ଡାକ୍ତରମାନେ ଦାମୀ ଓ ବ୍ରାଣ୍ଡ ଔଷଧ ପାଇଁ ଜାଣିଶୁଣି ଜେନେରିକ ଔଷଧ ଲେଖୁ ନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ସରକାର ଏହା ପରେ ଜେନେରିକ ମେଡସିନ ବାଧ୍ୟତାମୂଳକ ଭାବେ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.