Latest Odisha News

BREAKING NEWS

ଆଶ୍ୱସ୍ତିକର ଖବର; ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର

କଟକ: ରାଜ୍ୟ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା। ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି। ସଡ଼କ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବା ବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି।

ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ ୧୩୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୩୪ ଦୁର୍ଘଟଣା ଏବଂ ୧୪୯୦ ମୃତ୍ୟୁ ଘଟିଥିଲା। ସଡ଼କ ଦୁର୍ଘଟଣା ଆଘାତ କ୍ଷେତ୍ରରେ, ଚଳିତ ବର୍ଷ ମୋଟ ୨୫୭୨ ଜଣ ଆହତ ହୋଇଛନ୍ତି। ଯାହାକି ୨୦୨୨ରେ ୨୮୭୧ ଜଣ ଥିଲେ।

ସଡକ ସୁରକ୍ଷା ଯୁଗ୍ମ କମିଶନର ପରିବହନ ଶ୍ରୀ ପି.କେ ମହାନ୍ତି କହିଛନ୍ତି, “ଓଡ଼ିଶା ପୋଲିସର ସହଯୋଗରେ ପରିବହନ ବିଭାଗ ପ୍ରତ୍ୟେକ ମଙ୍ଗଳବାର ଟ୍ରାଫିକ ନିୟମ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଦିବସ ପାଳନ କରୁଛି। ସାରା ରାଜ୍ୟରେ ସଡକ ସୁରକ୍ଷା ନିୟମର କଡାକଡି ଲାଗୁ ହେବା ଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଛି। ”

ସଡ଼କ ଦୁର୍ଘଟଣାର ମୃତ୍ୟୁକୁ ହ୍ରାସ କରିବା ପାଇଁ ଏକ ସଚେତନତା-କାର୍ଯ୍ୟାନୁଷ୍ଠାନ ଅଭିଯାନର ଏକ ଅଂଶ ଭାବରେ ଏପ୍ରିଲ ୧ ରୁ ୭ ପର୍ଯ୍ୟନ୍ତ ‘ଜିରୋ ଫ୍ୟାଟିଲିଟି ସପ୍ତାହ’ ପାଳନ କରାଯାଇଥିଲା। ଗତ ବର୍ଷର ସମାନ ସମୟ ତୁଳନାରେ ଜିରୋ ଫ୍ୟାଟିଲିଟି ସପ୍ତାହରେ ଦୁର୍ଘଟଣାରେ ୩୩.୧୫% ହ୍ରାସ ଏବଂ ମୃତ୍ୟୁ ହାରରେ ୧୫% ହ୍ରାସ ଘଟିଛି।

Leave A Reply

Your email address will not be published.