Latest Odisha News

BREAKING NEWS

କୁବେର ଡିଏଫଓ: ରଖିଥିଲେ ମାଳମାଳ ପ୍ଲଟ, ଏକାଧିକ କୋଠା

ଭୁବନେଶ୍ୱର: କୋଟିପତିଡିଏଫଓଙ୍କ ବାହାରିଲା ଅଚଳାଚଳ ସମ୍ପତ୍ତି । ସମ୍ପତ୍ତି ଦେଖି ଭିଜିଲାନ୍ସ  ଅଫିସର ବି ଟେରା । ଯେତେ ଖୋଜୁଥିଲେ ସେତେ ବାହାରୁଥିଲା । ମାଳ ମାଳ ପ୍ଲଟ ଓ ଫ୍ଲାଟ । ରାୟଗଡା  ଡିଏଫଓ ବିଜୟ କୁମାର ପରିଡାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁର ପ୍ରମୁଖ ସ୍ଥାନରେ ରହିଛି ୧୬ଟି ପ୍ଲଟ। ବିରାଟ ବିରାଟ କୋଠା । କଟକ, ଭୁବନେଶ୍ୱରରେ ବିରାଟ ବିରାଟ କୋଠା । ଏତେ ସମ୍ପତ୍ତି ଠାବ ହେବା ପରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଡିଏଫଓ ବିଜୟ କୁମାର ପରିଡା । ଭିଜିଲାନ୍ସ ଆହୁରି ଖୋଳତାଡ ଚଲାଇଛି ।

ଡିଏଫଓଙ୍କର କଟକର ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍‌ର ଜାଗାରେ ଏକ ମହଲା  କୋଠାର ନିର୍ମାଣ କାମ ଚାଲିଛି । ଏହି କୋଠାର ମୂଲ୍ୟ   କୋଟିଏ ୮୦ ଲକ୍ଷ ଟଙ୍କା ହେବ । ଏହାବ୍ୟତୀତ ଭୁବନେଶ୍ବର ପଳାଶୁଣୀରେ ୫ହଜାର ଶହେ ବର୍ଗଫୁଟ ଜାାଗାରେ ରହିଛି ଗୋଟିଏ ତିନି ମହଲା ବିଲଡିଂ । କଳାରାହଙ୍ଗର ଆଶୀର୍ବାଦ ପ୍ଲାଜାରେ ରହିଛି ଏକ ଫ୍ଲାଟ୍(ନଂ-୩୦୪)  ।  ଭୁବନେଶ୍ବର, କଟକ, ପୁରୀ ଓ ଯାଜପୁରର ପ୍ରମୁଖ ଜାଗାରେ ରହିଛି ୧୬ ମୂଲ୍ୟବାନ ଜମି । ଡିଏଫଓଙ୍କର ରହିଛି ଗୋଟିଏ କାର୍‌, ୨ଟି ବାଇକ ।  ଏହାବାଦ ୧ ଲକ୍ଷ ୨୪ ହଜାର ନଗଦ ଟଙ୍କା ଓ ୬୫୦ ଗ୍ରାମ୍ ସୁନା ଅଳଙ୍କାର ଜବତ କରାଯାଇଛି। ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି। ଏ ନେଇ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି। ସମ୍ପତ୍ତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି।

ବିଜୟ କୁମାର ପରିଡାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡାରେ ସରକାରୀ ବାସଭବନ, ଅଫିସ ସମେତ ଖୋର୍ଦ୍ଧା,କଟକ, ଯାଜପୁରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।  ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍‌ ଚଢଉ କରିଥିଲେ । ଚଢ଼ଉରେ   ୭ଟି ଟିମ୍‌ରେ ୮ ଡିଏସ୍‌ପି ଓ ୬ଜଣ ଇନ୍ସପେକ୍ଟର ସାମିଲ ଥିଲେ।

Comments are closed.