ଏଥେନ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୫ ଅଗଷ୍ଟ ୨୦୨୩) ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଛନ୍ତି। ଦୁଇ ନେତା ବ୍ୟକ୍ତିଗତ ଓ ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତି ପାଇଁ ଗଭୀର ସମ୍ବେଦନା ପ୍ରକାଶ କରିଥିଲେ।
ଚନ୍ଦ୍ରଯାନ ଅଭିଯାନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମିତ୍ସୋତାକିସ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ମାନବ ସମାଜ ପାଇଁ ଏକ ସଫଳତା ବୋଲି ଅଭିହିତ କରିଛନ୍ତି। ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି, ଡିଜିଟାଲ ଦେୟ, ଜାହାଜ ଚଳାଚଳ, ଔଷଧ, କୃଷି, ଗମନାଗମନ, ପର୍ଯ୍ୟଟନ, ଦକ୍ଷତା ବିକାଶ, ସଂସ୍କୃତି, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।
ସେମାନେ ଇୟୁ, ଭାରତ-ପ୍ରଶାନ୍ତ ମହାସାଗର ଏବଂ ଭୂମଧ୍ୟସାଗର ସମେତ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେମାନେ ଅନ୍ତର୍ଜାତୀୟ ଆଇନ, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ। ଉଭୟ ପକ୍ଷ ସେମାନଙ୍କ ସମ୍ପର୍କକୁ ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ (ରଣନୈତିକ ଭାଗୀଦାରୀ) ରେ ପରିଣତ କରିବାକୁ ସହମତ ହୋଇଥିଲେ ।
Comments are closed.