Latest Odisha News

ନିଜ ପାରିଶ୍ରମିକକୁ ନେଇ ଅସନ୍ତୋଷ ପ୍ରକାଶ କଲେ କମେଡ଼ି କୁଇନ୍ ଭାରତୀ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା କମେଡ଼ି କୁଇନ୍ ଭାରତୀ ସିଂ । ସେ ତାଙ୍କ କମେଡି ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସେ ଅନେକ ଟିଭି ସୋ’ରେ କାମ କରିବା ସହ କିଛି ଫିଲ୍ମ ଏବଂ କିଛି ଆୱାର୍ଡ ସୋ’ରେ ମଧ୍ୟ ହୋଷ୍ଟ କରନ୍ତି । ସେ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ସକ୍ରୀୟ । ନିକଟରେ ସେ ତାଙ୍କ ପାରିଶ୍ରମିକକୁ ନେଇ ଅସନ୍ତୋଷ ଥିବା କହିି ଚର୍ଚ୍ଚାକୁ ଆସିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଭାରତୀ କହିଛନ୍ତି ଯେ, କରୋନା ପରେ ମୋର ପାରିଶ୍ରମିକ ହ୍ରାସ ପାଇଛି । ଯଦି କୌଣସି କଳାକାରଙ୍କୁ ତା’ର କାମ ହିସାବରେ ପାରିଶ୍ରମିକ ମିଳେନାହିଁ, ତା’ହେଲେ କେହି ଭଲ କାମ କରିବାକୁ ଆଗ୍ରହ ଦେଖାଇବେ ନାହିଁ । ଯଦି ମୁଁ ନେଉଥିବା ପାରିଶ୍ରମିକର ୨୫ ପ୍ରତିଶତ ମୋତେ ମିଳିବ ନାହଁ, ତେବେ କାମ ହୋଇପାରିବନାହିଁ । ଯଦି ଏକ ସୋ’ ପାଇଁ ମାସର ୨୬ଦିନ ଦେବାକୁ କହି ଭଲ ପାରିଶ୍ରମିକ ମିଳିବ ନାହିଁ, ତେବେ ମୁଁ ମଧ୍ୟ କାମ କରିପାରିବି ନାହିଁ । କାରଣ ମୁଁ ମୋ ପିଲାକୁ ୧୨ଘଣ୍ଟା ଘରେ ଛାଡି ବାହାରକୁ ଆସିବି । ମୁଁ ଆଜି ପର୍ଯ୍ୟନ୍ତ କେବେ ବି ଅଧିକ କାମ କରିବାକୁ ମନା କରିନାହିଁ । ହେଲେ ଯଦି ମୁଁ ନିଷ୍ଠାରେ କାମ କରୁଛି ତେବେ ମୋତେ ଭଲ ପାରିଶ୍ରମିକ ବି ମିଳିବା ଉଚିତ୍ । ମୋର ମିଳୁଥିବା ପାରିଶ୍ରମିକକୁ ନେଇ ମୁଁ ଅସନ୍ତୋଷ ଅଛି ବୋଲି କହିଛନ୍ତି ।

Comments are closed.