Latest Odisha News

BREAKING NEWS

ଜେଲର ମେକର୍ସ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌

ମାଡ୍ରାସ: ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମ ଭାରତରେ କେବଳ ୪୦୦ କୋଟି ଆୟ କରି ସାରିଛି । ଫିଲ୍ମର ପ୍ରଡ୍ୟୁସର କଳାନିଧି ଭାରତ ରଜନୀକାନ୍ତଙ୍କୁ ଭେଟି ପ୍ରଫିଟ ଶେୟାରିଂ ଚେକ ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ମେକର୍ସଙ୍କୁ ଏ ପର୍ଯ୍ୟନ୍ତ ୨୧୦ କୋଟି ଟଙ୍କା ଲାଭ ହୋଇଛି । ରଜନୀକାନ୍ତଙ୍କୁ ୧୦୦ କୋଟି ଟଙ୍କାର ଚେକ ପ୍ରଦାନ କରାଯାଇଛି । ସନ ପିକଚର୍ସ କଳାନିଧି ଦେଉଥିବା ଚେକର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛି । ଏଥିସହ ରଜନୀକାନ୍ତ ଭାରତର ସବୁଠାରୁ ଦାମୀ ହୀରୋ ସାଜିଛନ୍ତି । ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଜେଲର ଭଲ ବ୍ୟବସାୟ କରିଛି ।

ଏପରିକି ଗଲ୍ଫ ଦେଶରେ କେଜିଏଫ ୨ ଓ ବାହୂବଳୀ ୨ ପରେ ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଛି । ୧୦ ଅଗଷ୍ଟରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି । ରଜନୀକାନ୍ତଙ୍କ ଫିଲ୍ମ ଦେଖିବାକୁ ତାଙ୍କ ପ୍ରଶଂସକ ଏବେ ମଧ୍ୟ ବ୍ୟଗ୍ରତା ସହକାରେ ଅପେକ୍ଷା କରୁଛନ୍ତି । ତାଙ୍କର ସାଧାସିଧା ଜୀବନଶୈଳୀ ସେମାନଙ୍କୁ ଆହୁରି ପ୍ରଭାବିତ କରୁଛି ।

Comments are closed.