ନୂଆଦିଲ୍ଲୀ: ଆସନ୍ତା ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିବେ । ଏହାକୁ ନେଇ ତାଙ୍କ ସମର୍ଥକ ଏବଂ ତାଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଜନ୍ମ ଦିନକୁ ଖାସ କରିବା ପାଇଁ କାମରେ ଲାଗିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏକ ନୂତନ ଉପହାର ଭେଟି ଦେବେ ସୁରତର ଇଞ୍ଜିନିୟର ଭିପୁଲ ଜେପି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଜନ୍ମଦିନ ଆସନ୍ତା ଦିନରେ ଆସୁଥିବାବେଳେ ଏମିତି ଏକ ଭିନ୍ନ ଧରଣର ଉପହାର ତିଆରି କରିଛନ୍ତି ଭିପୁଲ ଜେପି ।
ଭିପୁଲ ଜେପି ମୋଦୀଙ୍କର ଜଣେ ବଡ ଫ୍ୟାନ । ସେ ସୁରତର ଜଣେ ଆର୍କିଟେକ ଇଞ୍ଜିନିୟର । ସେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଗୋଟିଏ କିମ୍ବା ଦୁଇଟି ନୁହେଁ ୭,୨୦୦ ହୀରାରେ ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ସୁନ୍ଦର ଓ ଆକର୍ଷଣୀୟ ପ୍ରତିଛବି ତିଆରି କରିବା ପାଇଁ ଭିପୁଲ ଜେପିଙ୍କୁ ୩ ମାସ ସମୟ ଲାଗିଥିଲା । ପ୍ରତିଛବିକୁ ତିଆରି କରିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା ବୋଲି ଭିପୁଲ ଜେପି କହିଛନ୍ତି । ୪ ପ୍ରକାର ଭିନ୍ନ ଭିନ୍ନ ଡାଇମଣ୍ଡରେ ତିଆରି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କର ପ୍ରତିଛବି । ଏହି ଫଟୋକୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଉପହାର ଦେବା ପାଇଁ ଭିପୁଲ କହିଛନ୍ତି ।
ପ୍ରଧାମନ୍ତ୍ରୀଙ୍କ ଜନ୍ମଦିନରେ ବିଜେପି ସାରା ଦେଶରେ ଅଭିଯାନ କରିବା ପାଇଁ ଯୋଜନା କରିଛି । ବିଜେପି ସାରା ଦେଶରେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରୁ ଆରମ୍ଭ ହୋଇ ୨ ଅକ୍ଟେବର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଶେଷ ହେବ । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଅନେକ ମୂଲ୍ୟବାନ ଉପହାର ମିଳିବ । ଏହି ଉପହାରକୁ ନିଲାମ କରାଯିବା ପରେ ଏଥିରୁ ଯେଉଁ ଅର୍ଥ ମିଳିବ ତାହାକୁ ପରୋପକାର କାମରେ ଲଗାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନାମ୍ବିବିଆରୁ ଅଣାଯାଇଥିବା ଚିତାକୁ କୁନୋ ଜଙ୍ଗଲରେ ଛାଡିଥିଲେ ।
Comments are closed.