ଆଠଗଡ଼ : କାଲି ଗିରଫ , ଆଜି ଥାନାରୁ ଚମ୍ପଟ । ଏମିତି କିଛି ଘଟଣା ଘଟିଛି ଆଠଗଡ ଥାନାରେ । ଗତକାଲି ପୋଲିସ ଅଭିଯୁକ୍ତକୁ ରାତିରେ ଉଠାଇଆଣିଥିଲା । ହେଲେ ଆଜି ଥାନାରୁ ଫେରାର ହୋଇଯାଇଛି । କିଛି ଦିନ ତଳେ ବହୁ ଚର୍ଚ୍ଚିତ ମଣୋହି ପାଟଣା ଗାଁ ବୋମା ମାଡ଼ ଘଟଣାରେ ଆସାମୀ ଫେରାର ରହିଥିଲା । ବହୁ ଦିନ ଧରି ପୋଲିସ ଖୋଜାଖୋଜି ପରେ ବି ପୋଲିସ ଆସାମୀକୁ ଧରିବାରେ ବିଫଳ ହୋଇଥିଲା ।
ଗତକାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ବିଳମ୍ବିତ ରାତିରେ ଗାଁରୁ ଆସାମୀକୁ ଗିରଫ କରିଥିଲା । ମାତ୍ର ଆଜି ପାହାନ୍ତାରୁ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ଯାହାକି ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଜଗି ରହିଥିବା ପୋଲିସ୍ କର୍ମଚାରୀ ଶୋଇ ପଡ଼ିଥିବା ବେଳେ କଏଦୀ ଜଣକ ଥାନାରୁ ଚମ୍ପଟ ମାରିବା କଥା କୁହାଯାଉଛି । ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କଏଦୀଙ୍କ ପତ୍ତା ମିଳୁ ନଥିବା ଜଣା ପଡିଛି। ଆଠଗଡ଼ ଏସଡିପିଓ ଓ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସୂଚନା ମିଳିଛି ।
Comments are closed.