ଇମ୍ଫାଲ: ମଙ୍ଗଳବାର ସକାଳେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ନିଷିଦ୍ଧ ଉଗ୍ରବାଦୀଙ୍କ କିଛି ସଦସ୍ୟମାନେ କୁକି-ଜୋ ସମ୍ପ୍ରଦାୟର ତିନି ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ୩ ଜଣ କୁକି ସମ୍ପ୍ରଦାୟର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଅଧିକାରୀଙ୍କ କହିବା କଥା ହେଲା ଉଗ୍ରବାଦୀଙ୍କ ସମୂହ ଗାଡିରେ ଆସି ଇମ୍ଫାଲର ପଶ୍ଚିମ ଏବଂ କାଙ୍ଗପୋକପି ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଇରେଙ୍ଗ ଏବଂ କରମ ଅଞ୍ଚଳର ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଏହି ଗ୍ରାମଟି ପର୍ବତରେ ଅବସ୍ଥିତ ଏବଂ ଆଦିବାସୀମାନଙ୍କ ଦ୍ୱାରା ପରିଚାଳିତ।
ମେ’ ୩ ତାରିଖରୁ ମଣିପୁରରେ ଚାଲିଥିବା ହିଂସାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମଣିପୁରର ଅଧିକାଂଶ ମୈତେଇ ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲି ଆସିଛି। କିଛିଦିନ ହେବ ମଣିପୁର ଶାନ୍ତ ଥିବା ବେଳେ ପୁଣି ଆଜି ଏହି ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଲୋକଙ୍କୁ ଭୟବୀତ କରିଛି।
Comments are closed.