Latest Odisha News

୧୦୦ ଯୁବତୀଙ୍କୁ ଡ଼େଟ୍ କଲେଣି ଯୁବକ, ପ୍ରତି ରାଜ୍ୟରେ ୨ ଗର୍ଲଫ୍ରେଣ୍ଡ , ହେଲେ ମିଳିନି ସ୍ୱପ୍ନର ରାଜକୁମାରୀ

ନ୍ୟୁୟର୍କ: ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦର ଜୀବନସାଥୀ ଚାହିଁଥାନ୍ତି । ହେଲେ ଭାଗ୍ୟ ସମସ୍ତଙ୍କୁ ସାଥ୍ ଦେଇ ନ ଥାଏ । କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ହୋଇଥାନ୍ତି । ହେଲେ ଆମେରିକାର ଜଣେ ଯୁବକ ନିଜ ମନପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ ୧୦୦ ଝିଅଙ୍କୁ ଡ଼େଟ୍ କରିସାରିଲେଣି । ହେଲେ ଏଯାଏଁ ମିଳିନି ନିଜ ସ୍ୱପ୍ନର ରାଜକୁମାରୀ ।

ଆମେରିକାର ମୋଣ୍ଟାନାରେ ରୁହନ୍ତି ମାଥ୍ୟୁ ୱର୍ନିଂ । ସେ ନିଜ ପାଇଁ ମନପସନ୍ଦର ଜୀବନସାଥୀଟିଏ ଖୋଜୁଛନ୍ତି । ଏଥିପାଇଁ ସେ ତାଙ୍କ ଦେଶର ୫୦ଟି ରାଜ୍ୟରେ ୧୦୦ ଝିଅଙ୍କୁ ଡ଼େଟ୍ କରିସାରିଲେଣି । ହେଲେ ବର୍ତ୍ତମାନ ପର୍ଯନ୍ତ ତାଙ୍କୁ ତାଙ୍କର ସ୍ୱପ୍ନର ଜୀବନସାଥୀଟିଏ ମିଳିପାରିନାହିଁ । ମାଥ୍ୟୁ କହିଛନ୍ତି ଯେ, ୨୦୨୦ ମସିହାରେ ଅନଲାଇନ୍ ଡେଟିଂ ଆରମ୍ଭ କରିଥିଲେ । ସେହି ସମୟରେ କରୋନା ମହାମାରୀ ହେତୁ ସେ ଘରେ ବସି ବିରକ୍ତ ହୋଇଯାଇଥିଲେ । ତେଣୁ ସେ ମୋବାଇଲରେ ଏକ ଡେଟିଂ ଆପ୍ ଡାଉନଲୋଡ୍ କରିଥିଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସ୍ଥାନ ବଦଳାଇ ଯେ କୌଣସି ସ୍ଥାନରେ ନିଜ ସାଥୀଟିଏ ପାଇପାରିବେ, ସେତେବେଳେ ସେ ସାରା ଦେଶରେ ନିଜ ପାଇଁ ଗର୍ଲଫ୍ରେଣ୍ଡ ଖୋଜିଥିଲେ ।

ମାଥ୍ୟୁ ଆହୁରି କହିଛନ୍ତି ଯେ, ମୁଁ ୧୦୦ ଝିଅଙ୍କ ସହ ଡ଼େଟ୍ କରି ବହୁତ ଖୁସି । ମିଚିଗାନଠାରୁ ଆରମ୍ଭ କରି ଆଲାସ୍କା ପର୍ଯ୍ୟନ୍ତ ସବୁଠି ନିଜର ସ୍ୱପ୍ନର ରାଜକୁମାରୀକୁ ଖୋଜୁଛି । ସଡ଼କ ପଥରେ ସମସ୍ତ ରାଜ୍ୟକୁ ଯାଇ ଝିଅମାନଙ୍କୁ ଭେଟୁଥିଲି । କେବଳ ଆଲାସ୍କା ଏବଂ ହାୱାଇକୁ ବିମାନ ଯୋଗେ ଯାଇ ମୋ ଗର୍ଲଫ୍ରେଣ୍ଡକୁ ଭେଟିଛି । ଏହି ଡ଼େଟ୍‌ଗୁଡ଼ିକ ମୋ ପାଇଁ ଅତ୍ୟନ୍ତ ଉତ୍ସାହଜନକ ଥିଲା । କାରଣ ମୁଁ ଗର୍ଲଫ୍ରେଣ୍ଡ ସହ ବିଭିନ୍ନ ସ୍ଥାନ ବୁଲିବା, ହୋଟେଲରେ ଖାଇବାଠାରୁ ଆରମ୍ଭ କରି ସେମାନଙ୍କ ସହ ଦୁଃସାହସିକ କାର୍ଯ୍ୟ କରୁଥିଲି । ଯେମିତି କି ଜିପ୍ ଲାଇନ୍‌, ପାରାସେଲିଂ, ହେଲିକପ୍ଟର ଚଢିବା, ଘୋଡା ଚଢିବା, ପ୍ୟାଡଲବୋର୍ଡିଂ ଏବଂ ଏୟାରବୋଟିଂ ଭଳି ରୋମାଞ୍ଚକର କାର୍ଯ୍ୟ ମଧ୍ୟ କରୁଥିଲି । ମୋର ମନପସନ୍ଦର ଜୀବନସାଥୀ ଖୋଜା ଏପର୍ଯ୍ୟନ୍ତ ସରି ନାହିଁ । ଆଗକୁ ବି ଜାରି ରହିବ । ଦୀର୍ଘ ସମ୍ପର୍କ ପାଇଁ ପରସ୍ପରକୁ ଜାଣିବା ଅତ୍ୟନ୍ତ ଜରୁରୀ ବୋଲି ମାଥ୍ୟୁ କହିଛନ୍ତି ।

Comments are closed.