Latest Odisha News

ଜୁଲାଇ ତୁଳନାରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୮୩% ହେଲା

ନୂଆଦିଲ୍ଲୀ: ପନିପରିବା ଦର କମିବା କାରଣରୁ କମିଲା ଖୁଚୁରା ମୁଦ୍ରାସ୍ପୀତି। କିନ୍ତୁ ଏବେ ବି ଏହି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬% ଲକ୍ଷ୍ୟଠାରୁ ଅଧିକ ରହିଛି।

ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଥିବା ବେଳେ ଅଗଷ୍ଟ ମାସରେ ଏହା ୬.୮୩%କୁ ହ୍ରାସ ପାଇଛି। ପରିବା ଦର କମିବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ତେବେ ମୁଦ୍ରାସ୍ଫୀତି ଏବେ ବି ଭାରତୀୟ ରିଜର୍ଭ ବ୍ୟାଙ୍କର କମ୍ଫର୍ଟ ଜୋନ୍ ଥ୍ରେସହୋଲ୍ଡ ୬%ରୁ ଅଧିକ ରହିଛି। ଜୁଲାଇ ମାସରେ ଖାଦ୍ୟ ସାମଗ୍ରୀ ବିଶେଷ କରି ଟମାଟୋ ଦରରେ ଅହେତୁକ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଥିଲା। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୧୧.୫୧% ଥିବା ବେଳେ ଅଗଷ୍ଟରେ ଏହା ୯.୯୪%କୁ ହ୍ରାସ ପାଇଛି।

ରିଜର୍ଭ ବ୍ୟାଙ୍କ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫିତି ୫.୪% ରହିବ ବୋଲି ଆକଳନ କରିଛି।

ସରଳ ଭାଷାରେ କହିବାକୁ ଗଲେ ଜୁଲାଇରୁ ଅଗଷ୍ଟ ଯାଏ ଭାରତରେ ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ପାଇଛି। ତଥାପି ଏହା ରିଜର୍ଭ ବ୍ୟାଙ୍କର ଧାର୍ଯ୍ଯ ଲକ୍ଷ୍ୟଠାରୁ ଅଧିକ ରହିଛି। ଖାଦ୍ୟଶସ୍ୟ, ଡାଲି ଓ ତେଲ ଦର ଉପରେ ବିଶେଷଜ୍ଞଙ୍କ ନଜର ରହିଛି, କାରଣ ଏହିସବୁ ସାମଗ୍ରୀ ହିଁ ମୁଦ୍ରାସ୍ଫୀତି ଉପରେ ଯଥେଷ୍ଟ ପ୍ରଭାବ ପକାଇପାରେ।

କୋଟାକ୍ ମହିନ୍ଦ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି ଯେ, ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ଆଶାନୁରୂପ ରହିଛି। ଏହାର ମୁଖ୍ୟ କାରଣ ହେଉଛି ପରିବା ଦରରେ ସାମାନ୍ୟ ହ୍ରାସ ଏବଂ ମୂଳ ମୁଦ୍ରାସ୍ଫୀତି ହ୍ରାସ।  ତଥାପି ଖାଦ୍ୟଶସ୍ୟ, ଡାଲି ଏବଂ ତୈଳ ଦର ବୃଦ୍ଧି ଉପରେସରକାର ସତର୍କ ଦୃଷ୍ଟି ରଖିଛନ୍ତି।

Comments are closed.