Latest Odisha News

BREAKING NEWS

ମରାମତି ବେଳେ ଭୁଶୁଡ଼ିଲା ବିଦ୍ୟୁତ ଟାୱାର, ୫ ଆହତ

ଝାରସୁଗୁଡା: ଲଖନପୁର ବ୍ଲକରେ ଅଘଟଣ। ସୁଲେପାଲି-ପିପିଲିକାନି ମଧ୍ୟଭାଗରେ ମରାମତି ବେଳେ ଭୁଶୁଡ଼ିଲା ବିଦ୍ୟୁତ ଟାୱାର। ଟାୱାରରେ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତ ଶ୍ରମିକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୂସାରେ ଉକ୍ତ ଅଞ୍ଚଳରେ ମରାମତି ଚାଲିଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାରଟି ଭାଙ୍ଗିଯାଇ ଶ୍ରମିକଙ୍କ ଉପରେ ପଡିଥିଲା। ଫଳରେ ଘଟଣାସ୍ଥଳରେ ଥିବା ଶ୍ରମିକମାନେ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ସୂଚନା ରହିଛି।

Comments are closed.