ନ୍ୟୁୟର୍କ: ଯେତେବେଳେ ଫ୍ୟାଶନ ସୋ କଥା ଉଠେ, ସେତେବେଳେ ରାମ୍ପରେ ଚାଲୁଥିବା ସୁନ୍ଦରୀ ମଡେଲଗୁଡିକର ଚେହେରା ମନକୁ ଆସିଥାଏ । କିନ୍ତୁ ନିକଟରେ ନ୍ୟୁୟର୍କରେ ଏକ ଫ୍ୟାଶନ ସପ୍ତାହରେ ଯାହା ଘଟିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ ମଡେଲମାନେ ରାମ୍ପରେ ଚାଲି ନ ଥିଲେ, ବରଂ କାଦୁଅରେ ଗଡ଼ୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ସୁନ୍ଦରୀ ମଡ଼େଲମାନେ କାଦୁଅରେ ଗଢୁଛନ୍ତି । କେବଳ ସେତିକି ନୁହେଁ, ଅନ୍ୟ ସାଥୀମାନଙ୍କୁ ମଧ୍ୟ ଏଥିରେ ଟାଣି ନେଇ ଗଡ଼ୁଥିବା ନଜର ଅସିଛନ୍ତି । ବାସ୍ତବରେ, ନ୍ୟୁୟର୍କରେ ଆୟୋଜିତ ହୋଇଛି ଫ୍ୟାଶନ ସପ୍ତାହ । ଏଥିରେ ଏଲିନା ଭେଲେଜଙ୍କ ନୂଆ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା । ଏହି କଲେକ୍ସନ ସେ ଗ୍ରୀଷ୍ମ ଋତୁ ପାଇଁ ପ୍ରସ୍ତୁତ କରିଥିଲେ । ଏପରି ପରିସ୍ଥିତିରେ, ମଡ଼େଲମାନଙ୍କୁ ଏକ ଭିନ୍ନ ଶୈଳୀରେ ଉପସ୍ଥାପିତ କରିଥିଲେ, ଯାହା ଅନ୍ୟମାନଙ୍କଠାରୁ ଭିନ୍ନ ହେବ । ତେଣୁ ମଡ଼େଲମାନେ ରାମ୍ପରେ ଚାଲିବେ ନାହିଁ, ବରଂ କାଦୁଅରେ ଗଡିବେ ବୋଲି ନିଷ୍ପତ୍ତି ନେଲେ । ତେଣୁ ମଡ଼େଲମାନେ ପୁରା ଶରୀର କାଦୁଅରେ ଆଚ୍ଛାଦିତ କରିଥିଲେ । ପରେ ପରସ୍ପର ଟଣାଟଣି ହୋଇ କାଦୁଅରେ ଗଡ଼ିଥିଲେ । ଏହି ମଡେଲଗୁଡିକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଲୋକ ଏହାକୁ ନିର୍ବୋଧ ଏବଂ ଏହି ଅଜବ ଆଚରଣ ଦ୍ୱାରା କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଆଉ କିଛି ଲୋକ ମଜାଳିଆ ଢଙ୍ଗରେ କହିଥିଲେ ଯେ, ରେଷ୍ଟୁରାଣ୍ଟ ବିଲ୍ କିଏ ଦେବେ ତାହାକୁ ନେଇ ଏହି ମଡ଼େଲମାନେ ଝଗଡା କରୁଛନ୍ତି । ଆଉ କିଛି ଲେଖିଛନ୍ତି, ତିନି ଦିନ ପୂର୍ବେ ମହାରାଷ୍ଟ୍ରର ଆକୋଲାଠାରେ ଛେଳିମାନଙ୍କର ଏକ ଫ୍ୟାଶନ ଶୋ ଆୟୋଜିତ ହୋଇଥିଲା । ଏହା ତାହା ସହ ସମାନ ।
Comments are closed.