Latest Odisha News

ଟିପିଏସ୍ଓଡିଏଲ୍ ପକ୍ଷରୁ ଆସ୍କାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆସ୍କାରେ ଏକ ନୂଆ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି) ଉଦଘାଟନ କରାଯାଇଛି । ଦକ୍ଷତା ବିକାଶ, ଜ୍ଞାନରେ ଉନ୍ନତି ଓ ନିଯୁକ୍ତି ହାସଲ କରିବାର ଦକ୍ଷତା ବଢ଼ାଇବା ସୁଯୋଗ ସୁଦୃଢ଼ କରିବା ଦିଗରେ ଏହା କାର୍ଯ୍ୟ କରିବ। ପ୍ରଥମ ଏଜୁକେସନ ଫାଉଣ୍ଡେସନ ସହଯୋଗରେ ଟିପିଏସ୍ଓଡିଏଲ୍ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ଏହି ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟିତ ହୋଇଛି।

ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଖୋଲାଯାଇଥିବା ଏହି ଧନ୍ଦାମୂଳକ ତାଲିମ କେନ୍ଦ୍ର ଆଖାପାଖର ୨୦୦ ଗ୍ରାମର ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ହାସଲ ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବ। ଟିପିଏସ୍ଓଡିଏଲ୍ ର ସିଇଓ ଅମିତ ଗର୍ଗ ଏହାକୁ ଉଦଘାଟନ କରିଥିବା ବେଳେ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ସମୁଦାୟର ଉନ୍ନତି ପାଇଁ ସଂସ୍ଥାର ଉତ୍ସର୍ଗୀକୃତ ମନୋଭାବକୁ ଏହି କେନ୍ଦ୍ର ଆହୁରି ସୁଦୃଢ଼ କରିପାରିଛି।

ନିଯୁକ୍ତି ପାଇଁ ସକ୍ଷମ କରିବା ଓ ନିଯୁକ୍ତି ଅଭିଯାନ ଉପରେ ପର୍ଯ୍ୟବେସିତ ଏହି ଭିଟିସି, ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଯୁବକଯୁବତୀମାନଙ୍କୁ ବିଭିନ୍ନ ଦକ୍ଷତା ପ୍ରଦାନ କରିବ। ଏହି କେନ୍ଦ୍ରର ପ୍ରାଥମିକ ଲକ୍ଷ୍ୟ ହେଉଛି ବାର୍ଷିକ ୨୦୦ରୁ ଅଧିକ ପିଲାଙ୍କୁ ତାଲିମ ପ୍ରଦାନ କରି ଉପଯୁକ୍ତ ନିଯୁକ୍ତି ସହାୟତା ଜରିଆରେ ଶ୍ରମଶକ୍ତି ସହିତ ସେମାନଙ୍କୁ ଯୋଡ଼ିବା। ଆଶାୟୀ ପ୍ରାର୍ଥୀମାନେ ପ୍ରଥମ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଉଥିବା ସ୍ତର-୧ର ଅନଲାଇନ୍ ପାଠ୍ୟକ୍ରମରେ ନାମ ଲେଖାଇ ଯାତ୍ରା ଆରମ୍ଭ କରିପାରିବେ ଯାହା ସେମାନଙ୍କୁ ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବ । ସ୍ତର-୨ ଓ ସ୍ତର-୩ ଆଡ଼କୁ ଅଗ୍ରସର ହେବା ପରେ ସେମାନେ ଏହି ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମରେ ଉଭୟ ଥିଓରି ଓ ପ୍ରାକ୍ଟିକାଲ୍ ତାଲିମ ପାଇପାରିବେ।

ଏହି ଅବସରରେ ଟିପିଏସ୍ଓଡିଏଲ୍ ର ସିଇଓ ଅମିତ ଗର୍ଗ କହିଛନ୍ତି ଯେ, “ଆସ୍କାରେ ଆମ ଧନ୍ଦାମୂଳକ କାର୍ଯ୍ୟକ୍ରମ ହେଉଛି ଆମର ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣର ପ୍ରମାଣ ଯେଉଁଥିରେ ଆମେ ସ୍ଥାନୀୟ ଯୁବବର୍ଗଙ୍କୁ ଆଗରେ ରଖିଛୁ। ସେମାନଙ୍କୁ ପ୍ରାକ୍ଟିକାଲ୍ ଦକ୍ଷତା ପ୍ରଦାନ କରି ଏବଂ ନିଯୁକ୍ତିର ଦ୍ୱାର ଖୋଲି ଆମେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଆଣୁଛୁ ଏବଂ ଆମେ ସେବା ପ୍ରଦାନ କରୁଥିବା ଗୋଷ୍ଠୀ ସମୁଦାୟରେ ତାହା ସକାରାତ୍ମକ ବାର୍ତ୍ତା ଦେଉଛି ।’’

ଦକ୍ଷତା ତାଲିମ ବ୍ୟତୀତ ଗ୍ରାମ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଟିପିଏସ୍ଓଡିଏଲ୍ ସମୁଦାୟ ସହିତ ପ୍ରତ୍ୟେକ୍ଷ ଭାବେ ଯୋଡ଼ି ହୋଇ ରହିଛି । ଭିଟିସିରେ ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ ଓ ପାଠ୍ୟଖସଡ଼ା ସମ୍ପର୍କରେ ସ୍ଥାନୀୟ ଯୁବବର୍ଗଙ୍କୁ ସଚେତନତା କରିବା ଲାଗି ଏହି ଉଦ୍ୟମ କରାଯାଉଛି। ଗ୍ରାମ ସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରାଯାଉଛି ଯେଉଁଥିରେ କାର୍ଯ୍ୟକ୍ରମର ଲାଭ ଓ ସୁଯୋଗକୁ ପ୍ରଦର୍ଶନ କରି ପିଲାମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରାଯାଉଥିବା ବେଳେ ନାମ ଲେଖାଇବାକୁ ସେମାନଙ୍କୁ ଉତ୍ସାହିତ କରାଯାଉଛି। ଏହି ଭିଟିସିରେ ଅତ୍ୟାଧୁନିକ ପ୍ରାକ୍ଟିକାଲ୍ ଉପକରଣ ଓ ବିଶେଷଜ୍ଞ ପ୍ରଶିକ୍ଷକ ରହିଛନ୍ତି। ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି) ଦ୍ୱାରା ମାନ୍ୟତାପ୍ରାପ୍ତ ଟ୍ରେଡ୍ “ୱେଲଡିଂ’ ଉପରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଏହି ଅଭିଯାନରେ ଯୋଡ଼ି ହୋଇଥିବା ପ୍ରାୟ ୬୦ ଯୁବକଯୁବତୀ ନିଯୁକ୍ତି ପାଇସାରିଛନ୍ତି ଯାହା ସେମାନଙ୍କ ପରିବାରର ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିଥିବା ବେଳେ ଏହି ପାଠ୍ୟକ୍ରମରେ ନାମଲେଖା ଏବଂ ସମାନ ଧରଣର ନିଯୁକ୍ତି ସୁଯୋଗ ହାସଲ କରିବା ଲାଗି ଗ୍ରାମର ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଛି।

Comments are closed.