Latest Odisha News

BREAKING NEWS

ଓଡ଼ିଶାର ପାର୍ସଲ ବୋମା ଘଟଣାକୁ ନେଇ ନିର୍ମିତ ହେଲା ଫିଲ୍ମ ‘ମାଇଣ୍ଡ ଗେମ୍‌’ , ଅକ୍ଟୋବର ୬ରେ ରିଲିଜ୍

ଭୁବନେଶ୍ୱର: ଆଗକୁ ଆସୁଛି ବହୁଚର୍ଚ୍ଚିତ ଓଡ଼ିଆ ଫିଲ୍ମ “ମାଇଣ୍ଡ ଗେମ୍‌’ , ଯାହା ଓଡ଼ିଶାରେ ଘଟିଥିବା ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା କୁ ନେଇ ନିର୍ମିର୍ତ ହୋଇଛି । ନିକଟରେ ଭୁବନେଶ୍ୱରର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ଏହା ଆସନ୍ତା ଅକ୍ଟୋବର ୬ ତାରିଖରେ ରିଲିଜ ହେବ । ଏହି ଅବସରରେ ସିନେ ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମନୋଜ ମିଶ୍ର, ପ୍ରଣୟ ଜେଠୀ, ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରଭୁଚରଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ରେ ଘଟିଥିବା ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ଯାଇନାହିଁ । ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା ପ୍ରୟାସ କରିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ମନୋଜ ମିଶ୍ର ଅଭିନୟ କରିଛନ୍ତି । ଏଥିରେ ଟଲିଉଡ ତଥା ବଲିଉଡର ଆଗଧାଡିର ୩ ଜଣ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣି ଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଅପସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି । ଏହାକୁ ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଜଣେ ଆଗଧାଡିର ଜଣା ଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର ନିର୍ଦ୍ଦେଶନା ଦେଇଛନ୍ତି ।

କିଛି ମାସ ତଳେ ମାଇଣ୍ଡ ଗେମ୍‌ର ଟ୍ରେଲର ରିଲିଜ୍ ହୋଇଥିଲା, ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । ତେଣୁ ଫିଲ୍ମର ରିଲିଜ୍ କୁ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ଦର୍ଶକ । ଦର୍ଶକ ଏହି ଫିଲ୍ମରେ ଓଡ଼ିଶାର ଏକ ଚାଞ୍ଚଲ୍ୟ କର ଘଟଣା କୁ ଦେଖିବା ସହ ସଚେତନତାର ବାର୍ତ୍ତା ଟିଏ ନିଶ୍ଚୟ ପାଇବେ । ଏହି ଫିଲ୍ମଟି ଲୋକଙ୍କ ଗ୍ରହଣୀୟତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

 

Comments are closed.