Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଗରୁଡ଼ ପୂଜାର ବିଧାନ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପରେ ଗରୁଡ଼ ସ୍ନାନ ଓ ପୂଜା ବିଷୟରେ ଆଲୋଚନା କଲେ। ଏବେ ଜାଣିବା ସେହି ଗରୁଡ଼ ପୂଜାର ସମ୍ପୂର୍ଣ୍ଣ ପଦ୍ଧତି। ପୂଜକ ଆସନରେ ଉପବେଶନ କରି ଆସନ ଶୁଦ୍ଧିଠାରୁ ମାତୃକାନ୍ତ କରି, ଶଙ୍ଖରେ ଜଳ ଧାରଣ ପୂର୍ବକ ତହିଁରେ ଗନ୍ଧ ପୁଷ୍ପ ଅକ୍ଷତ ପକାଇ ନିମ୍ନ ମନ୍ତ୍ର ପାଠ ପୂର୍ବକ ଶ୍ରୀ ଗରୁଡ଼ଙ୍କ ପୂଜା କରିବେ।

“ଓଁ ଗରୁଡ଼ ମନ୍ତ୍ରସ୍ୟ ଭୃଗୁ ଋଷି, ଅନୁସ୍ତୁପ ଛନ୍ଦ, ପକ୍ଷୀନ୍ଦ୍ରୋ ଦେବତା ପୂଜlୟାଂ ବିନିଯୋଗ ।” ତତ୍ପରେ ଓଁ ପକ୍ଷୀନ୍ଦ୍ରାୟ ନମଃ, ମନ୍ତ୍ରରେ ଆବାହନ ପୂର୍ବକ ଅର୍ଘ୍ୟ, ଗନ୍ଧ, ପୁଷ୍ପ, ଧୂପ, ଦୀପ ନୈବେଦ୍ୟ, ତମ୍ବୁଳ ଆଦି ପ୍ରଦାନ କରିବେ। ନୈବେଦ୍ୟ ସମୟରେ ମନ୍ତ୍ର : ଓଁ ଶୀଘ୍ରଗାମିନେ ଚଣ୍ଡନୈବେଦ୍ୟଂ ସ୍ୱାହା “ଏହାପରେ ଧ୍ୟାନ ଓ ପାର୍ଥନା ଧ୍ୟ୍ୟନ :-ଚଞ୍ଚପିକ୍ଷଦ୍ୱୟୋ ପେତଂ, ତପ୍ତକାଞ୍ଚନସନ୍ନିଭମ, ଦୀର୍ଘତୁଣ୍ଡଂ ତ୍ରିନୟନଂ ଧ୍ୟାୟେଦ୍ଧେବଂ ଖଗେଶ୍ୱରମ୍ ।” ଏହା ପରେ ପାର୍ଥନା ବୈନ ତେୟ ନମସ୍ତୁଭ୍ୟଂ ନମସ୍ତେ କଶ୍ୟପାତ୍ମଜ, ବିଷ୍ଣୁବାହ ନମସ୍ତେ ଅସ୍ତୁ ପକ୍ଷୀରାଜ ନମୋସ୍ତୁତେ। ଏହିପରି ଗରୁଡ଼ ପୂଜାର ସମାପ୍ତି ହୋଇଥାଏ।

କେତେକ ପୂଜକ ଶ୍ରୀଗରୁଡ଼ଙ୍କ ଚାରି ଦିଗର ଓ ଚାରି କୋଣର ଦେବତାମାନଙ୍କୁ ମଧ୍ୟ ଅର୍ଘ୍ୟ ପ୍ରଦାନ କରିଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ସମ୍ପୂର୍ଣ ସୂର୍ଯ୍ୟପୂଜାର ବିଧାନ, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଏ ଆଦି ସର୍ବ ନାଶ କରେ
ହିଂସା କରନ୍ତି ଯେହୁ ପରେ।
ସମ୍ପଦ ମଦେ ଯେହୁ ଅନ୍ଧ
ସମ୍ପଦ ନାଶ ତା ଔଷଧ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.