ଭୋପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ରୋଡ୍ ସୋ ସହ ଜାମ୍ବୋରୀ ଗ୍ରାଉଣ୍ଡରେ ୧୦ ଲକ୍ଷ କର୍ମୀଙ୍କୁ ଦେବେ ବିଜୟର ଗୁରୁମନ୍ତ୍ର
ଭୋପାଳ : ଆଜି ଭୋପାଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିଲାଗି କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ପୁରା ସହର । ସକାଳ ୧୦ଟା ୫୫ ରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବିମାନ ବନ୍ଦରରୁ ସିଧାସଳଖ ହେଲିକପ୍ଟର ଯୋଗେ ଜାମ୍ବୋରୀ ଗ୍ରାଉଣ୍ଡରେ ପହଞ୍ଚିବେ । ସେଠାରେ ୧୦ ଲକ୍ଷ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମହାକୁମ୍ଭକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଏକ ମେଗା ରୋଡ୍ ସୋର ଆୟୋଜନ ମଧ୍ୟ କରାଯାଇଛି । ଏଥିଲାଗି ୭ଟି ବଡ ବଡ ଷ୍ଟେଜ୍ କରାଯାଇଛି ।
ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ସହରର ପ୍ରତ୍ୟେକ ଅଞ୍ଚଳରେ ବିଜେପି ପତାକା, ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ପିଏମ ମୋଦୀ ଏଠାରେ 10 ଲକ୍ଷ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବେ। ମହାକୁମ୍ବୁରେ ଦୁଇ ଘଣ୍ଟା ରହିବେ। ନିର୍ବାଚନରେ ଜିତିବା ପାଇଁ ସେ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେବେ। ସେପଟେ ପ୍ରଧାନମନ୍ତ୍ରୀ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସହରର ଅନେକ ସ୍କୁଲ , କଲେଜକୁ ଆଜି ଛୁଟି ଘୋଷଣା କରାଯାଇଛି । ସୁରକ୍ଷା ରେ ୪୦୦ ପୋଲିସ ଫୋର୍ସ ମୂତୟକ କରାଯାଇଛି । ୨୬ ଆଇପିଏସ ଅଧିକାରୀ ନିୟୋଜିତ ରହିବେ । ଏବଂ ଆଣ୍ଟି ଡ୍ରୋନ୍ ସିଷ୍ଟମର ବ୍ୟବସ୍ଥା ମଧ୍ୟ କରାଯାଇଛି ।
Comments are closed.