Latest Odisha News

ପୁଣି ସ୍ଵର୍ଣ୍ଣ ଜିତିଲା ଭାରତ: ସୁଟିଂରେ ଉଭୟ ମହିଳା ଓ ପୁରୁଷ ଟିମକୁ ସ୍ଵର୍ଣ୍ଣ, ୮ରେ ପହଞ୍ଚିଲା ସ୍ଵର୍ଣ୍ଣ ପଦକ ସଂଖ୍ୟା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ନିଜର ଜଲୱା ଦେଖଉଛନ୍ତି ଭାରତୀୟ ଖେଳାଳି । ଚୀନ ମାଟିରେ ଥରକୁ ଥର ଉଡାଉଛନ୍ତି ଆମ ଦେଶର ଜାତୀୟ ଧ୍ଵଜା । ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଆଜି ଭାରତକୁ ମିଳିଛି ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୫୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟ୍‌ ଓ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହା ସହିତ ଭାରତର ପଦକ ସଂଖ୍ୟା ୩୦ରେ ପହଞ୍ଚିଛି । ସେଥିରେ ୮ଟି ସ୍ବର୍ଣ୍ଣ ପଦକ ରହିଛି ।

ପୁରୁଷ ୫୦ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ପ୍ରତାପ ତୋମାର, ସ୍ବପ୍ନିଲ ଓ ଅଖିଲଙ୍କୁ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ମହିଳା ସୁଟର ପଲକ । ସେହିପରି ସମାନ ଇଭେଣ୍ଟରେ ଈଶା ସିଂହ, ଦିବ୍ୟା ଥାଡିଗୋଲ ଓ ପଲକ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ପୁରୁଷ ଟେନିସ ଡବଲ୍ସରେ ସାକେତ୍‌-ରାମନାଥନ୍‌ ଯୋଡ଼ି ଜିତିଛନ୍ତି ରୌପ୍ୟ ପଦକ । ଏଥିସହ ଚଳିତ ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୩୦ରେ ପହଞ୍ଚିଛି । ଏବେ ସୁଦ୍ଧା ଭାରତକୁ ୮ଟି ସ୍ୱର୍ଣ୍ଣ,୧୧ଟି ରୌପ୍ୟ, ୧୧ଟି ବ୍ରୋଞ୍ଜ ପଦକ ମିଳିଛି । ଏହି ସଫଳତା ପାଇଁ ଖେଳାଳି ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥରେ ଉଜବେକିସ୍ତାନ୍‌ ରହିଛନ୍ତି ।

 

Comments are closed.